Wednesday, December 22, 2021

Three Month On, Protest By NESCO Employees Continues Against TATA Power

More than 700 employees of the erstwhile power distribution company, NESCO which has now been acquired by the TATA Power, continue protest for over a month demanding regularisation of their jobs .The protest by more than 700 employees of the erstwhile power distribution company, NESCO which has now been acquired by the TATA Power, continues unabated for over a month demanding regularisation of their jobs.

The protest by more than 700 employees of the erstwhile power distribution company, NESCO which has now been acquired by the TATA Power, continues unabated for over a month demanding regularisation of their jobs.They have been sitting on dharna in front of the Head office at Balasore since Three month.The protesters alleged that TATA Power has been harassing the contractual employees by not regularising their jobs as per the agreement. Instead, it recruited new employees under its pay role before making jobs of the existing contractual employees as regular.

It is pertinent to mention here that Tata Power took over the management and operations of NESCO (North Eastern Electricity Supply Company of Odisha) upon completion of the sale process on April 1, 2021.

TP Northern Odisha Distribution Limited (TPNODL) is responsible for the distribution and retail supply of electricity in five circles of NESCO covering close to 2 million consumers with annual input energy of 5450 MUs in Balasore, Bhadrak, Baripada, Jajpur and Keonjhar districts

Tuesday, December 21, 2021

ଟାଟା ନେଲା ପରେ ପୁଣି ବଢିଲା ବିଜୁଳି କ୍ଷତି

 ଶକ୍ତି କ୍ଷେତ୍ରରେ ସଂସ୍କାର ନାଁ ରେ ଘରୋଇ କଂପାନୀ ସବୁ କିଭଳି ରାଜ୍ୟବାସୀ ଓ ରାଜକୋଷକୁ ଧାରାବାହିକ ଭାବେ ଲୁଟି ଚାଲିଛନ୍ତି ତାର ପ୍ରମାଣ ହେଉଛି ନିକଟରେ ସି ଏ ଜି ଦେଇଥିବା ରିପୋର୍ଟ। ପ୍ରଥମେ ରିଲାଏନ୍ସ ଓ ଏବେ ଟାଟା କଂପାନୀ। ବିଦ୍ୟୁତ ବିତରଣ କଂପାନୀ ଙ୍କ ପାଇଁ ସରକାର ଋଣ କରିବେ, ସୁଧ ବି ଗଣିବେ ହେଲେ ପ୍ରତି ବର୍ଷ ତଣ୍ଡ ଗଣିବେ ଗ୍ରାହକ। ଟ୍ରାନସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ କ୍ଷତି ହ୍ରାସ କରିବା ପାଇଁ ନବେ ଦଶକ ରେ ୮୦୦ କୋଟି ଋଣ କଲେ ସରକାର। ଅଥଚ ନାଁ କମିଲା ଟି ଆଣ୍ଡ ଡି ଲସ୍ ନା କଂପାନୀ ସୁଝିଲେ ଋଣ।

ରିଲାଏନ୍ସ ଗଲା ପରେ ସରକାର ରାଜ୍ୟବାସୀଙ୍କୁ ଟାଟା କମ୍ପାନୀ ଚକଲେଟ୍ ଦେଖେଇଲେ ହେଲେ ବର୍ଷେ ପରେ ଟି ଆଣ୍ଡ ଡି ଲସ କମିବ କଣ ଓଲଟା ବଢ଼ିବାରେ ଲାଗିଛି। ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ପ୍ରଚେଷ୍ଟା ସତ୍ୱେ ରାଜ୍ୟରେ ବିଦ୍ୟୁତ୍‍ ପରିବହନ ଓ ବଣ୍ଟନ ଜନିତ କ୍ଷତି ବଢି ବଢି ଚାଲିଛି । ଟାଟା ପାୱାରର ଟିପିସିଓଡିଏଲ୍‍ ଇଲାକାରେ ଏହି କ୍ଷତି ସର୍ବାଧିକ ରହିଛି ।ବିଦ୍ୟୁତ୍‍ ପରିବହନ ଓ ବଣ୍ଟନ (ଟିଆଣ୍ଡଡି) କ୍ଷତି ହ୍ରାସ ପାଇଁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‍ ଠାରୁ ଋଣ ଆଣି ବଣ୍ଟନକାରୀ କମ୍ପାନୀମାନଙ୍କୁ ଯୋଗାଇବା ସହିତ କାପେକ୍ସ ଭଳି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ଏହି କ୍ଷତି କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଫଳରେ ରାଜ୍ୟରେ ଯେତେ ବିଜୁଳି ଉତ୍ପାଦନ ହେଉଛି ତାହା ଗ୍ରାହକଙ୍କ ନିକଟରେ ପହଞ୍ଚିଲା ବେଳକୁ ସିଂହଭାଗ ନଷ୍ଟ ହେଉଛି । ପରୋକ୍ଷରେ ଏହାର ବୋଝ ବି ଗ୍ରାହକମାନଙ୍କୁ ଉଠାଇବାକୁ ପଡୁଛି ।

ଟିପିସିଓଡିଏଲ୍‍ ଇଲାକାରେ ପରିବହନ ଓ ବଣ୍ଟନ ଜନିତ କ୍ଷତି ୨୦୨୦-୨୧ ବର୍ଷରେ ୨୫.୯୦ ପ୍ରତିଶତ ରହିଛି । ୨୦୧୯-୨୦ ରେ ଏଡା ୨୩.୧୫ ପ୍ରତିଶତ ଥିଲା । ତେଣୁ ବର୍ଷକ ମଧ୍ୟରେ ଏହା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ସେହିଭଳି ଟିପିଏନ୍‍ଓଡିଏଲ୍‍ ଅଞ୍ଚଳରେ ୧୩.୧୯ ପ୍ରତିଶତରୁ ସିଧା ୨୦.୬୩ପ୍ରତିଶତକୁ ବଢିଛି । ଟିପିଡବ୍ଲ୍ୟୁଡିଏଲ୍‍ ଇଲାକାରେ ଏହା ୧୮.୭୩ ପ୍ରତିଶତରୁ ୨୫.୦୭ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଆଶ୍ୱାସନାର ବିଷୟ ହେଉଛି ଟିପିଏସ୍‍ଓଡିଏଲ୍‍ ଇଲାକାରେ ଏହା ବର୍ଷକ ମଧ୍ୟରେ ମାତ୍ର ଏକ ପ୍ରତିଶତ ହ୍ରାସ ପାଇଛି । ୨୦୧୯-୨୦ ରେ ଏହି ଇଲାକାରେ କ୍ଷତି ପରିମାଣ ୨୪ ପତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୨୩ ପ୍ରତିଶତ ହୋଇଛି ।ନବେ ଦଶକରେ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‍ରୁ ପ୍ରାୟ ୮୦୦ କୋଟି ଟଙ୍କାର ଋଣ ଆଣି ବଣ୍ଟନକାରୀ କମ୍ପାନୀଗୁଡିକୁ ସର୍ତ୍ତମୂଳକ ଭାବେ ଦେଇଥିଲେ । ୪ଟି ବଣ୍ଟନକାରୀ କମ୍ପାନୀମଧ୍ୟରୁ ଯିଏ ଭିତ୍ତିଭୂମିରେ ଉନ୍ନତି ଆଣି ଯେତେ ପରିବହନ ଓ ବଣ୍ଟନ ଜନିତ କ୍ଷତି କମାଇବ ସେହି କମ୍ପାନୀକୁ ସେତିକି କମ୍‍ ସୁଧ ଦେବାକୁ ପଡିବ । ସେତେବେଳ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ସେସୁ ସମେତ ରିଲାୟନ୍ସ ନିୟନ୍ତ୍ରଣରେ ଥିବା ଅନ୍ୟ ତିନିଟି କମ୍ପାନୀ ଏହି ଟଙ୍କାକୁ ନେଇ ଏକ ପ୍ରକାର ଚଳୁ କରିଦେଲେ । ଭିତ୍ତିଭୂମି ବିକାଶ ନକରିବାରୁ କ୍ଷତି କମାଇବାପାଇଁ ଯେଉଁ ଲକ୍ଷ୍ୟଥିଲା ତାହା ପୂରଣ ହୋଇପାରିଲା ନାହିଁ । ଏହି ଋଣର ସୁଧ ମୂଳ ମିଶି ୨ହଜାର କୋଟି ଟଙ୍କାକୁ ଟପିଗଲା ।

ଏବେ ଟାଟା ପାୱାର ହାତକୁ ବିଜୁଳି ବଣ୍ଟନ ଯିବାପରେ ଭିତ୍ତିଭୂମିରେ ଆଖିଦୃଶିଆ ଉନ୍ନତି ପରିବର୍ତ୍ତେ ଲୋକଙ୍କ ବିଦ୍ୟୁତ୍‍ ମିଟର ବଦଳାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏପରିକି ଯେଉଁମାନଙ୍କର କାର୍ଯ୍ୟକ୍ଷମ ମିଟର ରହଛି ତାହା ସ୍ଥାନରେ ନୂଆ ମିଟର ଲାଗୁଛି । ଯଦିଓ ବଣ୍ଟନକାରୀ କମ୍ପାନୀମାନେ ସଫେଇ ଦେଉଛନ୍ତି ଯେ ପରିବହନ ଓ ବଣ୍ଟନ ଜନିତ କ୍ଷତିର ବୋଝ ଗ୍ରାହକଙ୍କ ଉପରେ ପଡୁନାହିଁ, କିନ୍ତୁ ପରୋକ୍ଷ ଭାବେ ଏହାର ବୋଝ ରାଜ୍ୟବାସୀ ହିଁ ଉଠାଉଛନ୍ତି ।

ବଳକା ବିଦ୍ୟୁତ୍‍ ରାଜ୍ୟ ଓଡିଶାର ଗାଁ ଗହଳରେ ଘନ ଘନ ବିଦ୍ୟୁତ୍‍ କାଟ୍‍ ଏହାର ଅନ୍ୟତମ କାରଣ ବୋଲି ମତପ୍ରକାଶ ପାଉଛି । ବର୍ତ୍ତମାନ ଟାଟାପାୱାର କର୍ତ୍ତୃପକ୍ଷ ସହରାଞ୍ଚଳରେ ଗୁରୁତ୍ୱ ଦେଉଥିବାବେଳେ ଗାଁ ଗହଳରେ ବିଜୁଳି ବ୍ୟବସ୍ଥା ଅସ୍ଥାୟୀ ଓ ଠିକା କର୍ମଚାରୀଙ୍କ ହାତରେ ଏକ ପ୍ରକାର ଛାଡି ଦେଇଛନ୍ତି l



ସତ୍ୟ ପାଠ


Saturday, December 18, 2021

ନିଦାବିଷ୍ଣୁ ଟାଟା ପାୱାର କେତେଦିନ ଆଉ ଠକିବ ଠିକା ଶ୍ରମିକଙ୍କୁ ?

ଠିକା ପ୍ରଥା ଏକ ବଡ଼ ଦୁରାରୋଗ୍ୟ ବ୍ୟାଧି , ଦିନ କୁ ଦିନ ରାଜ୍ୟ ରୁ ରାଜ୍ୟ ଏହା ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଯେଉଁ ବୟସରେ ଗୋଟିଏ ଚାକିରି କରି ବାପା ମା , ଘର ପରିବାର ପୋଷିବା କଥା , ସେହି ବୟସରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ମାନେ ଦେଶର ଯୁବ ପୀଢ଼ି କୁ ଠିକା ନିଯୁକ୍ତି ଦେଇ ବର୍ଷ ବର୍ଷ ବେଠିଆ ଖଟାଉଛନ୍ତି । ସେ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସମସ୍ତେ ଏହି ପାପ ରେ ଭାଗିଦାରୀ। ଇଂରାଜୀ ବିରୁଦ୍ଧରେ ଆନ୍ଦୋଳନ କରି ସ୍ୱାଧୀନତା ଆଣିଥିବା ଆମ ପୂର୍ବପୁରୁଷ ମାନେ କେବେ ଭାବି ନଥିବେ ତାଙ୍କ ନାତି ନାତୁଣୀ ମାନଙ୍କୁ ସ୍ଵାଧୀନ ଭାରତରେ ମଧ୍ୟ ବେଠିଆ ଖଟିବା କୁ ପଡ଼ିବ। ଗତ କିଛି ଦିନ ତଳେ ଚିକିତ୍ସା ଓ ଔଷଧ ନ ପାଇ ବିଦ୍ୟୁତ ବିଭାଗ ପାଇଁ ବର୍ଷ ବର୍ଷ କାର୍ଯ୍ୟ କରିଥିବା ବାଲେଶ୍ବର ର ପଦ୍ମଲୋଚନ ସିଂ ଙ୍କ ର ମୃତ୍ୟୁ ହୋଇଥିଲା। ତାଙ୍କର ଗୋଟିଏ ଦୋଷ ଥିଲା ,ସେ ଥିଲେ ଜଣେ ଠିକା କର୍ମଚାରୀ , ଆଉ ଏହି ଅଭିଶପ୍ତ ଜୀବନ ହିଁ ତାଙ୍କ ମୃତ୍ୟୁ ର କାରଣ ହୋଇଥିଲା। ଓଡ଼ିଶାର ଚାରୋଟି ବିତରଣ ସଂସ୍ଥା କୁ ଟାଟା ପାୱାର ନେବା ପରେ ଟାଟା ପାୱାର ର ଓଡ଼ିଶା ଦାୟିତ୍ୱରେ ଥିବା ଅଧିକାରୀମାନେ ଆଉ ଇନ୍ଦ୍ର ଚନ୍ଦ୍ର ମାନିବା କୁ ପ୍ରସ୍ତୁତ ନୁହେଁ। ସେ ବ୍ରହ୍ମପୁର ହେଉ କି ବାଲେଶ୍ଵର କର୍ମଚାରୀ ମାନେ ମାସ ମାସ ଧରି ଆନ୍ଦୋଳନ ଚଳାଇଥିବା ବେଳେ ଟାଟା ପାୱାର ନିଦାବିଷ୍ଣୁ ପାଲଟି ଯାଇଛି। ଟାଟା ପାୱାର କତ୍ତୃପକ୍ଷ ନିଶ୍ଚିତ ରୁହନ୍ତୁ ସେମାନଙ୍କ ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ କର୍ମଚାରୀ ମାନେ ଆନ୍ଦୋଳନ ରୁ ଓହରିବେ ନାହିଁ। ଜଣେ କର୍ମଚାରୀ ନିଜ ର ଆର୍ଥିକ ତଥା ପାରିବାରିକ ବାଧ୍ୟତା ପାଇଁ ଠିକା ପ୍ରଥା କୁ ଆପଣାଇ ଥାଏ ମାତ୍ର ସେ ତା ଜୀବନ ସାରା ଯଦି ସେହି ଠିକା ଶ୍ରମିକ ଭାବେ ହିଁ କାର୍ଯ୍ୟ କରିବ ତେବେ ହେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଧିକ୍କାର ତୁମ ସରକାର କୁ , ଧିକ୍କାର ତୁମ ମଣିଷ ପଣିଆକୁ ।


Satya parida

General secretary,NIKHILA ODISHA BIDYUT MOZDOOR MAHASANGHA

କେତେ ଦିନ ଶୋଷଣ ର ଶିକାର ହେବେ ଅସ୍ଥାୟୀ କର୍ମଚାରୀ ?

 ଓଡ଼ିଶା ବିଦ୍ୟୁତ୍ ବିଭାଗରେ ଶକ୍ତି କର୍ମଚାରୀ ସଂଘ ତିଆରି ହେବା ପୂର୍ବରୁ ଅନେକ ଶ୍ରମିକ ସଙ୍ଗଠନ ସୃଷ୍ଟି ହୋଇଥିଲେ ବି ସେମାନେ କେବେବି ନେସ୍କୋରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କର କଲ୍ୟାଣ ଚାହିଁନାହାନ୍ତି କି ସେମାନଙ୍କୁ ସଂଘର ସଦସ୍ୟତା  ଭାବରେ ଗ୍ରହଣ ମଧ୍ୟ କରିନଥିଲେ  ୤ ପରନ୍ତୁ ଶହ ଶହ ଠିକା ଶ୍ରମିକ ମାନଙ୍କ ପାଖରୁ ଅର୍ଥ ଶୋଷଣ କରି ତାଙ୍କୁ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି କରିଦେବେ କହି ଅର୍ଥ ଆତ୍ମସାତ କରିଛନ୍ତି ୤   ୤ ଦୀର୍ଘ ବର୍ଷ ଧରି ଶ୍ରମିକ ମାନେ ନାଳ ନର୍ଦ୍ଦମା କଡରେ ପଡି ନିଜର ଅଧିକାର ଭିକ୍ଷା କରୁଥିବା ବେଳେ କେତେକ ଶ୍ରମିକ ବିରୋଧି ନେତା ଓ ଭ୍ରଷ୍ଟାଚାରୀ ଅଫିସର୍  ଶ୍ରମିକ ମାନଙ୍କୁ ତାଙ୍କର ନ୍ୟାୟରୁ ବଞ୍ଚିତ କରିଚାଲିଥିବା ସ୍ଥଳେ ଶକ୍ତି  ସଂଘ କ୍ରମାଗତ ଭାବେ ସଂଗ୍ରାମ ଜାରି ରଖି  ଧୈର୍ଯ୍ୟର ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି   ଅନେକ ଆଇ.ଟି.ଆଇ ତାଲିମ ପ୍ରାପ୍ତ ଠିକା କର୍ମଚାରୀ  ମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଇ ପାରିଥିଲା ୤ ଛୋଟେଇ ହୋଇଥିବା ଅନେକ ଶିକ୍ଷିତ ଯୁବକ କର୍ମରେ ନିଯୁକ୍ତ ହୋଇ ତାଙ୍କ ପରିବାର ମୁହଁ ରେ ହସ ଫୁଟାଇ ପାରିଥିଲେ । ରିଲାଏନ୍ସ କଂପାନୀ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କିଛି ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବା ସ୍ଥଳେ ବକେୟା ରହିଥିବା ବହୁସଂଖ୍ୟକ ଅସ୍ଥାୟୀ ଠିକା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଟାଟା ପାୱାର ସେମାନଙ୍କ ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରୁ ଥିବା ହେତୁ ଅକ୍ଟୋବର ମାସ 2021 ଠାରୁ 70 ଦିନରୁ ଉର୍ଦ୍ଧ୍ବ ହେବ ଦିନ ରାତି ଶିତ କାକରରେ ଧାରଣା ରେ ବସିଥିବା ସ୍ଥଳେ କିଛି ଅସାଧୁ ଦଲାଲ୍ ନେତା ଓ ଅସାଧୁ କର୍ମଚାରୀ ମିଶି ଟାଟା ପାୱାର ନୂତନ କରି ଦେଇଥିବା ଅସ୍ଥାୟୀ ଶ୍ରମିକ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିନାସିକୃତିପ୍ରାପ୍ତ     ସଂଗଠନ ରେ ସଦସ୍ୟ କରାଉଛନ୍ତି ।ତେଣୁ ଆଜିର  ଶ୍ରମିକ ମାନେ ଠିକ ଜିନିଷ ବୁଝି ବିଚାରି କାମ କରିବା ଦରକାର । ବୁଝି ବିଚାରି କାର୍ଯ୍ୟ କଲେ ନିଶ୍ଚିତ ଭାବରେ ସମସ୍ତ ଶ୍ରମିକ ମାନଙ୍କ ମୁଖରେ ହସ ଫୁଟି ପାରିବ ।ଶକ୍ତି କର୍ମଚାରୀ ସଂଘ ସମସ୍ତ ଶ୍ରମିକ,କର୍ମଚାରୀ ମାନଙ୍କ ର ସମସ୍ୟା କୁ ନେଇ ସଦା ସର୍ବଦା ବିଦ୍ୟୁତ୍ କତୃପକ୍ଷ ଙ୍କ ଦୃଷ୍ଟିଗୋଚର କରିବା ସଙ୍ଗେ ସଙ୍ଗେ ତାର ନ୍ୟାଯ୍ୟ ଦାବି ପାଇଁ  ସଂଗ୍ରାମ ଜାରି ରଖିଛି ଏବଂ ରଖିବ ମଧ୍ୟ ।

Monday, May 12, 2014

ନେସ୍କୋ କର୍ତ୍ତୃପକ୍ଷଙ୍କ ଅବହେଳା ବିରୋଧରେ ବୈଠକ

ବାଲେଶ୍ୱର,୧୦/୫(ସ.ପ୍ର) -ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ନେସ୍କୋ କର୍ତ୍ତୃପକ୍ଷ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ୍ ଗ୍ରାହକଙ୍କୁ ସେବା ଯୋଗାଇବାରେ ଲଗାତର ଅବହେଳା କରୁଥିବା ସଂପର୍କରେ ସିଭିଲ ସୋସାଇଟି ତରଫରୁ ଗଭିର ଉଦବେଗ ପ୍ରକାଶ ପାଇଛି ୤ ବରିଷ୍ଠ ନାଗରିକ ମଞ୍ଛର ସାଧାରଣ ସମ୍ପାଦକ ଲକ୍ଷ୍ମିଧର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟୁତ ଗ୍ରାହକଙ୍କୁ ସଂଗଠିତ କରି ଜନଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି ୤ ସୋସାଇଟିର ଆବାହକ ମୋନଜ ନାୟକ ତାଙ୍କ ବକ୍ତବ୍ୟରେ ଅଘୋସିତ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲ୍ ପ୍ରଦାନରେ ଏକ ମାସ ବିଳମ୍ବ ହେଲେ ୧୫୦ଟଙ୍କା ଜରିମାନା , ଲୋ-ଭଲଟେଜ ଦାରିଦ୍ର ସିମାରେଖା ତଳେ ଥିବା ପରିବାରଙ୍କୁ ବିଦ୍ୟୁତ୍ ଯୋଗାଣ ପ୍ରଭୃତି କାର୍ଯ୍ୟରେ ନେସ୍କୋ କର୍ତ୍ତୃପକ୍ଷଙ୍କ ଚରମ ଅଭହେଳା ଯୋଗୁ ଗ୍ରାହକ ମାନେ ହତ ସନ୍ତ ହେଉଛନ୍ତି ୤ ବିଦ୍ୟୁତ୍ ଶକ୍ତି ପରିବହନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ସମସ୍ୟାକୁ ଅଧିକ ଜଟିଳ କରିଛି ୤ ବିଦ୍ୟୁତ୍ ସେବା ଯୋଗାଇବାରେ ଶ୍ରମିକଙ୍କ ଅଭାବ ଓ ସ୍ଥାୟୀ କାମରେ ଠିକା ଶ୍ରମିକ ନିଜୁକ୍ତି ବ୍ୟବସ୍ଥା ଯୋଗୁ ଗ୍ରାହକ ମାନେ ଉପଯୁକ୍ତ ସେବା ପାଇପାରୁନାହାନ୍ତି ୤ ଏ ସମସ୍ତ ଅଭିଯୋଗ ସମ୍ପର୍କରେ ତୁରନ୍ତ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ୤ ବିଦ୍ୟୁତ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଏକ ପ୍ରଚାର ପତ୍ର ଛପାଯାଇ ବଣ୍ଟାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି ୤ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗୌରାଙ୍ଗ ପାଣିଗ୍ରାହି , କାଳିଚରଣ ମୂର୍ମୂ , ପିତାମ୍ବର ପତ୍ରୀ , ସନ୍ଧ୍ୟା ଦାସ ମଜୁମଦାର , କାଳିଚରଣ ବିନ୍ଧାଣି , ରାଧାକୃଷ୍ଣ ମହାଳିକ , ଡମ୍ବୁରଧର ମହାଳିକ , ଆସୁତୋଶ ପରିଡା , ଅରୁଣ କୁମାର ଜେନା , ହିମାଂଶୁ ଦାସ , ଶରତ ସାମଲ , ଗୋଲକ ଦାସ , ରଘୁନାଥ ସ , ଏମ୍ . କେ . ଡି. ମଜୁମଦାର , ହୃଦୟଚୈତନ୍ୟ ଦାସ , ଉମାଶଙ୍କର ପ୍ରଧାନ , ଅଜୟ ପାତ୍ର , ରଘୁନାଥ ମହାଳିକ , ଜିତେନ୍ଦ୍ର ପାଣି , ସୁଭକାନ୍ତ ରାଉତ , ମହମଦ ଇସଲାମ , ଚନ୍ଦ୍ରକାନ୍ତ ଜେନା ଓ ଜିତେନ୍ଦ୍ର ଉପାଧ୍ୟାୟ ପ୍ରମୂଖ ଅଂଶଗ୍ରହଣ କରିଥିଲେ ୤ ହରିହର ଦଳେଇ ଧନ୍ୟବାଦ ଅର୍ପଣ ଦେଇଥିଲେ ୤

Wednesday, April 30, 2014

ଭାରତରେ ମଇ ୧ କୁ ଶ୍ରମିକ ଦିବସ ରୂପେ ପାଳନ କରିବା କେତେ ଦୂର ଯଥାର୍ଥ ?


ଏମିତି କୁହାଯାଏ ଯେ ସ୍ୱୟଂ ପରମେଶ୍ୱର ହେଉଛନ୍ତି ବିଶ୍ୱର ପ୍ରଥମ ଶ୍ରମିକ ଯିଏ ନିଜର ଶ୍ରମ ଦ୍ୱାରା ସୃଷ୍ଟିର ରଚନା କରିଛନ୍ତି ସେହି ଆଦି ଶ୍ରମିକ ଙ୍କ ଦ୍ୱାରା ସଂସାରରେ ସବୁ ପ୍ରକାର ଭୌତିକ ପ୍ରଗତିର ଦାୟିତ୍ୱ ବିଶ୍ୱକର୍ମାଙ୍କୁ ଦିଆଯାଇଥିଲା ବିଶ୍ୱକର୍ମାଙ୍କୁ ଶିଳ୍ପ ବିଜ୍ଞାନରେ ଆଚାର୍ଯ୍ୟ କୁହାଯାଏ ସେ ଇନ୍ଦ୍ରଙ୍କ ପାଇଁ ଇନ୍ଦ୍ରଲୋକ,ଶ୍ରୀକୃଷ୍ଣଙ୍କ ପାଇଁ ଦ୍ୱାରିକା,ଯୁଧିଷ୍ଠିରଙ୍କ ପାଇଁ ହସ୍ତିନାପୁର ତଥା ରାକ୍ଷାସ ମାନଙ୍କ ପାଇଁ ଲଙ୍କା, ଶାସ୍ତ୍ରାଗାର ମଧ୍ୟ ନିର୍ମାଣ କରିଥିଲେ ବିଶ୍ୱକର୍ମାଙ୍କ ବିଷୟରେ ସ୍କନ୍ଧ ପୁରାଣ,ବାୟୁ ପୁରାଣ,ଭବିଶ୍ୟ ପୁରାଣ,ଅଗ୍ନି ପୁରାଣ,ଶିବ ପୁରାଣ,ହରିବଂଶ ପୁରାଣ ଆଦି ଅନେକ ପ୍ରାଚିନ ଗ୍ରନ୍ଥରେ ତାଙ୍କର ଜନ୍ମ ଓ କାର୍ଯ୍ୟ ବିଷୟ ରେ ଉଲ୍ଲେଖ ଅଛି ପଦ୍ମ ପୁରାଣ ରେ ବିଶ୍ୱକର୍ମାଙ୍କ ସୁକ୍ତ ବିଷୟରେ କୁହା ଯାଇଛି ଏହି ସୁକ୍ତ ଗୁଡିକରେ ଭଗବାନ ବିଶ୍ୱକର୍ମା ସମସ୍ତଙ୍କର ଦେବତା ମଧ୍ୟ ଅଟନ୍ତି ବିଶ୍ୱକର୍ମାଙ୍କ ବିବାହ ପ୍ରହଲ୍ଲାଦ ଙ୍କ ଝିଅ ରଚନାଙ୍କ ସହିତ ହୋଇଥିଲା ତାଙ୍କର ପ୍ରଥମ ପୂତ୍ରର ମୃତ୍ୟୁ ପରେ ବିଶ୍ୱକର୍ମା ପୂତ୍ର ପ୍ରାପ୍ତି ପାଇଁ କଠୋର ତପସ୍ୟା (ବ୍ରତ) କଲେ ଫଳ ସ୍ୱରୂପ ବୃତ୍ତଙ୍କ ଜନ୍ମ ହେଲା ସେ ଜଣେ ଶ୍ରେଷ୍ଠ ଯୋଦ୍ଧା ଓ ସାହସୀ ଥିଲେ ଦେବତା ମାନେ ତାଙ୍କୁ ଡରୁଥିଲେ ତା”ର ଆତଙ୍କ ରେ ଭୟଭିତ ହୋଇ ଦେବତା ଗଣ ତା”ର ସଂହାର କଥା ଚିନ୍ତା କରିବାକୁ ଲାଗିଲେ ଏହି ସମୟରେ ମହର୍ଷି ଦଧିଚି ଆଗେଇ ଆସିଲେ କାରଣ ବୃତ୍ତାସୁର ର ମୃତ୍ୟୁ ପାଇଁ କୌଣସି ଜଣେ ମହର୍ଷିଙ୍କର ହାଡର ନିର୍ମିତ ବଜ୍ରର ଆବଶ୍ୟକତା ଥିଲା ସେ ଆନନ୍ଦର ସହିତ ନିଜର ହାଡ ବଜ୍ର ନିର୍ମାଣ ପାଇଁ ଦାନ କରିଦେଲେ ସେହି ହାଡର ବଜ୍ର କେବଳ ବିଶ୍ୱକର୍ମା ହିଁ ଜାଣିଥିଲେ ତାଙ୍କର ପୂତ୍ର ବୃତ୍ତାସୁର ର ଅତ୍ୟାଚାରରେ ସମଗ୍ର ସମାଜ ଭୟଭିତ ତଥା ଆତଙ୍କିତ ଥିଲେ ବିଶ୍ୱକର୍ମା ଦ୍ୱନ୍ଦ ରେ ପଡିଗଲେ ଗୋଟିଏ ପକ୍ଷରେ ପୂତ୍ର ପ୍ରେମ ଏବଂ ଅନ୍ୟ ପକ୍ଷରେ ରାଷ୍ଟ୍ର ର ମଙ୍ଗଳ ତଥା ସମାଜର ମଙ୍ଗଳ ଥିଲା କିନ୍ତୁ ରାଷ୍ଟ୍ର ର ମଙ୍ଗଳ କୁ ସର୍ବପରି ମାନିନେଇ ସେ ଦଧିଚି ଙ୍କ ହାଡରେ ବଜ୍ର ନିର୍ମାଣ କରି ଇନ୍ଦ୍ରଙ୍କୁ ସମର୍ପଣ କଲେ ସେହି ବଜ୍ରରେ ବୃତ୍ତାସୁର ର ମୃତ୍ୟୁ ହେଲା ରାଷ୍ଟ୍ର ର ମଙ୍ଗଳ ପାଇଁ ବିଶ୍ୱକର୍ମା ନିଜର ପୂତ୍ରର ବଳିଦାନ ପାଇଁ ପଛାଇଲେ ନାହିଁ ବିଶ୍ୱକର୍ମା ଙ୍କ ଅନୂପମ ତ୍ୟାଗ ସଂମ୍ପୂର୍ଣ୍ଣ ଭାରତ ବାସୀ ଙ୍କୁ ଅନୂପ୍ରାଣିତ କରୁଥିବ ସେହି ମହାନ ପୂରୁଷ ତଥା ଭାରତ ର ସ୍ଥାପିତ୍ୟ ବିଜ୍ଞାନି ବିଶ୍ୱକର୍ମା ଙ୍କ ସ୍ମୃତି ରେ ତାଙ୍କର ଜନ୍ମ ଦିନ କନ୍ୟା ସଂକ୍ରାନ୍ତି ଯାହାକି ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖ ରେ ପଡେ ଏବଂ ଆମ୍ଭ ସଂଗଠନ ଏହି ଦିନଟିକୁ ଶ୍ରମିକ ଦିବସ ରୂପେ ପାଳନ କରେ
ହଜାର ହଜାର ବର୍ଷ ଧରି ଭାରତର ଶ୍ରମିକ ବିଶ୍ୱକର୍ମା ଜୟନ୍ତି ପାଳନ କରିଆସୁଥିବା ବେଳେ ଆଧୁନିକ ଯୁଗରେ ମଧ୍ୟ ଦେଶରେ ସବୁ କଳକାରଖାନା ମାନଙ୍କରେ ଶ୍ରମିକ ମାନେ ବହୁ ଧୁମ ଧାମରେ ବିଶ୍ୱକର୍ମା ଜୟନ୍ତି ପାଳନ କରିଆସୁଛନ୍ତି ଭାରତ ରେ ଶ୍ରମର ପ୍ରାଧାନ୍ୟ ରହିଛି ଭାରତୀୟ ସଂସ୍କୃତିରେ  ଶ୍ରମର ପ୍ରାଧାନ୍ୟ ରହିଛି ଭାରତୀୟ ସଂସ୍କୃତିରେ   କର୍ମ ଅର୍ଥାତ ଶ୍ରମକୁ  ସର୍ବୋଚ୍ଚ ସ୍ଥାନ ଦିଆଜାଇଛି ଅତଏବ  ଶ୍ରମର ପ୍ରତିଷ୍ଠାର ପ୍ରତିକ ରୂପେ  ଶ୍ରମିକ ଦିବସ ପାଳନ କରାଯାଉଛି ଏହି ଦିବସକୁ ବିଶ୍ବକର୍ମା ଦିବସ କୁହାଯାଏ
ବିଶ୍ବର ଅନେକ ଦେଶ ମଇ ୧ କୁ ଶ୍ରମିକ ଦିବସ ରୂପେ ପାଳନ କରନ୍ତି ସେମାନଙ୍କ ମତରେ ମଇ ୧ ଦିବସ ଶ୍ରମିକ ଏକତାର ପ୍ରତିକ ଅଟେ କିନ୍ତୁ ବାସ୍ତବରେ ଏହା ଶ୍ରମିକ ଏକତାର ଦିନ ନୁହେଁ , ଶ୍ରମିକ ଉତଥାନ ର ଦିନ ଅଟେ କାରଣ ଏହି ଦିନ ଇଉରୋପର  ଶ୍ରମିକ   ବିଶ୍ବରେ ସାମ୍ୟବାଦର ପ୍ରତିଷ୍ଠା  ପାଇଁ ସଂକଳ୍ପ ନେଇଥିଲେ ଏହି ଦିନ ସାମ୍ୟବାଦୀ  ଦେଶ  , ପଛୁଆ ଦେଶ ଓ ତାଙ୍କର ସମର୍ଥକ ମାନେ  ମଇ ଦିବସରେ ପୁଞ୍ଜିବାଦୀ  ଦେଶ ଆମେରିକା ଓ ବ୍ରିଟିଶ ଗୋଷ୍ଠିକୁ  ସମାପ୍ତ କରିବାରେ ସଂକଳ୍ପ କରନ୍ତି ଭାରତ ରେ ମଧ୍ୟ କେତେକ ଶ୍ରମିକ ସଂଗଠନ ଏହି ଦିନକୁ ଶ୍ରମିକ ଦିବସ ରୂପେ ପାଳନ କରନ୍ତି ମଇ ୧ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ଦ୍ବାରା ଗୋଟିଏ ଗୋଟିଏ କର୍ମ ସଂସ୍ଥାରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ପତାକା ତଳେ ସଭା ମାନ କରନ୍ତି  ବଡ ଜୋର୍ ରେ ଦୂନିଆର ଶ୍ରମିକ ଏକ ହୁଅ ବୋଲି କହନ୍ତି ସେହି ଶ୍ରମିକ ସଂଗଠନ ଗୁଡିକୁ ପଚାରିବା ଉଚିତ ଯେ ଯେତେବେଳେ ଗୋଟିଏ କର୍ମସଂସ୍ଥାରେ  ଶ୍ରମିକ ଏକ ହୋଇ ପାରୁନାହାନ୍ତି ସେତେବେଳେ  ଏହି ମଇ ଦିବସକୁ  ଶ୍ରମିକ ଏକତାର ଦିବସ ମାନିବା କେତେ ଦୂର ଯଥାର୍ଥ   ଏହା ବିଚ୍ଛିନ୍ନତା ନୁହେଁତ ?
୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରେ  ଶ୍ରମିକ ମାନଙ୍କର ଶୋଭାଯାତ୍ରା ବାହାରି ଥିଲା ଯେଉଁଥିରେ ପୁଲିସ ଗୁଳିରେ  କିଛି ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ସେହି ଶ୍ରମିକଙ୍କ ସ୍ମୃତିରେ  ମଇ ୧ କୁ ଶ୍ରମିକ ଦିବସ ରୁପେ ପଳନ କରାଯାଏ କିନ୍ତୁ ଆମେରିକାରେ  ସେପ୍ଟେମ୍ବର ମାସ ପ୍ରଥମ ସୋମବାରକୁ ଶ୍ରମିକ ଦିବସ ରୂପେ ପାଳନ କରିବାର ପ୍ରଥା ରହିଛି ମଇ ୧ ଭାରତର ଶ୍ରମିକଙ୍କ ସହିତ କୌଣସି ସଂପର୍କ ନାହିଁ ମାତ୍ର ମଇ ୧ କୁ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରୂପେ ପାଳନ କରାଯାଇ ପାରେ ଭାରତରେ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ  ମଇ ୧ ନୁହେଁ ବରଂ ପୂରୁଣା କାଳରୁ ଚଳିଆସୁଥିବା ବିଶ୍ବକର୍ମା ଦିବସ ହିଁ ପ୍ରକୃତ ଶ୍ରମିକ ଦିବସ ଅଟେ
ଆମ୍ଭ ଦେଶର ନେତା ମାନଙ୍କର   ଆତ୍ମ ବିଶ୍ବାସ ଓ ରାଷ୍ଟ୍ରୀୟ ସ୍ବାଭିମାନ ର ଅଭାବ ଯୋଗୁ କେତେକ ପାଶ୍ଚାତ୍ୟ ରୀତୀ ନୀତି କୁ ଆପଣେଇ ନିଆଯାଇଛି ଓ ମଇ ଦିବସ ସେଥିରୁ ଗୋଟିଏ ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୂକରଣ  ପ୍ରବୃତ୍ତିକୁ ଛାଡି ରାଷ୍ଟ୍ରିୟ ଭାବନାରେ ପରିପୂର୍ଣ୍ଣ , ତ୍ୟାଗ ଏବଂ ବଳିଦାନର ପ୍ରେରଣା ଦେଉଥିବା ବିଶ୍ବକର୍ମା ଦିବସ କୁ ହିଁ ଭାରତର ଶ୍ରମିକ ରାଷ୍ଟ୍ରିୟ ଶ୍ରମିକ ଦିବସ ରୂପରେ ପୁନଃ ପ୍ରତିଷ୍ଠା କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ