ବର୍ତ୍ତମାନ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ହୋଇଥିବା ଘରୋଇକରଣ
ସଂପୁର୍ନ ବିଫଳ ହୋଇଛି ଭିତ୍ତିଭୂମିର ବିକାଶ ପାଇଁ ଘରୋଇ ପୁଞ୍ଜି ଖର୍ଚ୍ଚ ହେବ ବୋଲି ରାଜ୍ୟ
ସରକାର ଯେଉଁ ଆଶା ରଖି ଥିଲେ ତାହା ସମ୍ଭବ ହୋଇନାହିଁ ଗତ ୧୩ ବର୍ଷ ଧରି
ବିଏସ୍ଇଏସ୍/ରିଲାଏନ୍ସ୍ କଁପାନୀ ୩ ଟି ବିଦ୍ୟୁତ୍ ବଣ୍ଟନ କଁପାନୀର ପରିଚାଳନାରେ ରହିବା ଫଳରେ ବିଦ୍ୟୁତ୍
ବଣ୍ଟନ କ୍ଷେତ୍ରରେ ପ୍ରଭୁତ କ୍ଷତି ହୋଇଛି
ନେସ୍କୋ ସେଥିରୁ ଗୋଟାଏ ନେସ୍କୋ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆମ୍ଭ ସଂଗଠନ ସବୁ ପ୍ରକାର
ଗଠନ ମୂଳକ ପନ୍ଥା ଗ୍ରହଣ କରି ଆସିଛି ଆଜି ମଧ୍ୟ ଆମ୍ଭର ପ୍ରକ୍ରିୟା ଚାଲୁ ରହିଛି ନେସ୍କୋ ସ୍ୱାର୍ଥ ବିରୋଧି କାର୍ଯ୍ୟରେ ଯେଉଁମାନେ ସଂପୃକ୍ତ
ଅଛନ୍ତି ତାହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆମର ପରମ କର୍ତ୍ତବ୍ୟ ବୋଲି ଆମ୍ଭେ ମନେ କରୁ
ନେସ୍କୋରେ କିଛି ଦାୟିତ୍ୱ ହିନତା ଅଫିସର , ନକାରାତ୍ମକ କାର୍ଯ୍ୟ ଯୋଗୁ ରକ୍ଷଣା ବେକ୍ଷଣର ଅଭାବ
, ସମସ୍ୟା ଜର୍ଜରିତ ବିଦ୍ୟୁତ୍ ବ୍ୟବସ୍ଥା , ବ୍ୟାପକ
ବିଦ୍ୟୁତ୍ ଚୋରୀ ପ୍ରଭୁତି ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ପ୍ରଗତିକୁ ମନ୍ଥର କରି ଦେଇଛି
ଏଭଳି ପରିସ୍ଥିତି କୁ ଆମ୍ଭେ ହିଁ କେବଳ ପରିବର୍ତ୍ତନ କରିପାରିବା
ବିଦ୍ୟୁତ୍
ବୋର୍ଡ କୁ ଭଙ୍ଗା ଗଲା ବେଳେ ଓ ଘରୋଇକରଣ ବେଳେ ସରକାରଙ୍କ
ତରଫରୁ ଦୃଢ ପ୍ରତିଶ୍ରୁତି ଦିଆଗଲା ଯେ କର୍ମଚାରୀ ମାନେ ପୂର୍ବାପେକ୍ଷା ବହୁ ଅଧିକ ଦରମା ଓ
ସୁବିଧା ସୁଯୋଗ ପାଇବେ , କିନ୍ତୁ ବର୍ତ୍ତମାନ
ଅଧିକ ସୁବିଧା ସୁଯୋଗ ପାଇବା ଦୁରରେ ଥାଉ ଗ୍ରୀଡ୍କୋ କର୍ମଚାରୀ ମାନେ ଯାହା ପାଉଛନ୍ତି , ସେହି
ଅନୁସାରେ ବଣ୍ଟନ କର୍ମଚାରୀ ମାନେ ପାଉ ନାହାନ୍ତି ସେହିପରି ବିଦ୍ୟୁତ୍ ଉପଭୋକ୍ତା ମାନେ ମଧ୍ୟ ଶୋଷଣର ଶିକାର
ହେଉଛନ୍ତି ସରକାରଙ୍କର ଓ ନେସ୍କୋର ଅପାରଗତା ପାଇଁ ବାରମ୍ବାର ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଉଛି ଯାହା ଫଳରେ
ଉପଭୋକ୍ତା ମାନଙ୍କର ଆକ୍ରୋଶର ଶିକାର ଶ୍ରମିକ ମାନେ ହିଁ ଭୋଗିଥାନ୍ତି ଅଫିସର୍ ମାନେ ଯେପରି
ବିନା ସାକ୍ଷାତକାର ରେ ପ୍ରମୋଶନ ପାଉଛନ୍ତି ତଳିଆ କର୍ମଚାରୀ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି ନେସ୍କୋରେ ଶହ ଶହ ଠିକା ଶ୍ରମିକ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ
ସ୍ଥାୟୀ ନକରି ଏବଂ ଅନ୍ୟ ସୁବିଧା ସୁଯୋଗ ନଦେଇ
ବାହାର ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ହିନ
ଚକ୍ରାନ୍ତ ଚାଲୁଛି ସେଥିପାଇଁ ଶ୍ରମିକ
ମାନଙ୍କ ମଧ୍ୟରେ ଅସୋନ୍ତଷ ବଢିବାରେ ଲାଗିଛି ବର୍ତ୍ତମାନ ଠାରୁ ଗ୍ରାହକ ଏବଂ ଶ୍ରମିକ ମାନେ
ଯଦି ଏହା ବିରୁଦ୍ଧରେ ସ୍ୱରଉତ୍ତଳନ ନ କରିବେ ତେବେ ଆଗାମି ଦିନରେ ପରିସ୍ଥିତି ଅଣାୟତ ହେବାର
ସମ୍ଭାବନା ଅଧିକ ରହିଛି
No comments:
Post a Comment