Thursday, October 17, 2013

“ଶକ୍ତି”



ଶକ୍ତି କର୍ମଚାରୀ ସଂଘ
ଜୟ ଶକ୍ତି-ଜୟ ଶକ୍ତି ଗାନ କରି
ଆଗେଇଲେ ଶକ୍ତି ସେନା ପଣ
ନେସ୍କୋ ଅଫିସରେ ଗୁଞ୍ଜରଣ ହେଲା
ଭାରତ ମାତା କି ଜୟ- ଭାରତ ମାତା କି ଜୟ
ପ୍ରକମ୍ପିଲା ନେସ୍କୋର ରାସ୍ତା ଘାଟ
ଆସିଲାରେ ଶକ୍ତି ଆମର ବଇରୀ
ନାହିଁ ରକ୍ଷ୍ୟା ନାହିଁ ଚୋରୀ
ଅସଲ ମୂଖା ଯେ ଖୋଲି ଦେବ ଶକ୍ତି
ନ ରଖିବ କାହାର ଦୋଷ ତୃଟି
ରଖିଛି ସେ ଅସ୍ତ୍ର ପ୍ରତାପ ନିରଞ୍ଜନ
ଅଗ୍ନି ମିସାଇଲ୍ ଭଳି
ଲଢେଇ କରି ସେ ଶତୃ ନିପାତିବ
ନେସ୍କୋରୁ ଦୂର୍ନୀତି ମୂକ୍ତ କରିବ
ଶ୍ରମିକ ରକତ ଶୋଷଣ କରି
ପିଉଥିଲେ ବସି ଭ୍ରଷ୍ଟାଚାରୀ
ଧରିଲା ଶକ୍ତି ଚୁଟି ତାଙ୍କର
ସାହା ତାଙ୍କୁ ହେଲେ ନାହିଁ ଈଶ୍ୱର
ମନରେ ସାହସ ଉଲ୍ଲାସ ଭରି
ଆଗେଇଲେ ଶକ୍ତି ସେନା ଝଣ୍ଡା ଧରି
ଅସ୍ଥାୟୀ ଶ୍ରମିକଙ୍କୁ ସ୍ଥାୟୀ କରି
ଇତିହାସ ରଚିଲେ ଯୋଦ୍ଧା ପରି
ଛଟେଇ ଶ୍ରମିକର ଉତ୍ତଥାନ ହେଲା
ଦଲାଲ୍ ନେତାଙ୍କର ଭାଳେଣି ପଡିଲା
ଫିକା ପଡିଗଲା ଭାବ ମୂରତି
ଚୋର,ଦଲାଲ୍,ଟାଉଟର,ଲମ୍ପଟ
ଚିନ୍ତାରେ ବସନ୍ତି ଦିନ ରାତି
ହୋଟେଲକୁ ଯାଇ କଲେ ଘାଟ
ଶ୍ରମିକ ଦୁଃଖ ସୁଖର ସାଥି
ସାଥେ ରହିଥିବ ଏହି ଶକ୍ତି
ଆସ ଆମେ ତାଙ୍କୁ ସମ୍ମାନ ଦେବା
ଏକତ୍ରିତ ହୋଇ ସଲାମ୍ କରିବା
                        ଶିବନାରାୟଣ ଗିରି,(ଜେ.ଟି.),ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ