Monday, October 28, 2013

ଶ୍ରମିକ ମାନଙ୍କ ନିଶା ସେବନ ର କୁ ପ୍ରଭାବ


ଖାଇଲେ ନିଶା ଭୋଗିବ ଦଶା୤ ନିଶାର ଜାଲରେ ଯିଏ ଥରେ ପଶିଯାଇଛି
ସେଥିରୁ ବାହାରିବା ମୁସ୍କିଲ ହୋଇଛି  ୤ କିଶୋର ମାନଙ୍କ କ୍ଷେତ୍ରରେ ଧୂମ୍ର ପାନ ଏକ ସାଧାରଣ ଘଟଣା ହୋଇଗଲାଣି ୤ ପୂର୍ବରୁ ଅଶିକ୍ଷିତ ଘରେ ୮/୧୦ ବର୍ଷ ବୟଷର ପିଲା ବିଡି ପା ପିକା ପିଇବାର ଦେଖାଯାଉଥିଲା କିନ୍ତୁ ବର୍ତ୍ତମାନ ଖାଲି ଗରିବ ଅଶିକ୍ଷିତ ଘରେ ଏହା ଆଦୋ ସିମିତ ହୋଇରହିନାହିଁ ୤ ଏହା ବର୍ତ୍ତମାନ ଅନେକ ଶିକ୍ଷିତ ବ୍ୟକ୍ତିଙ୍କ ଆଭିଜାତ୍ୟର ନମୁନା ଭାବେ ଦେଖାଯାଇଛି ୤ ସହରରେ ଏହା ଏକ ଫେସନ ରେ ପରିଣତ ହେଲାଣି ୤ ସାଙ୍ଗ ସାଥୀଙ୍କ ପ୍ରରୋଚନା ରେ ଅନେକ ବ୍ୟକ୍ତି ଏଥିରେ ଫସି ଯାଆନ୍ତି ୤ ପରିବାରରେ ବୟସ୍କା ସଦସ୍ୟ ପିତା ଓ ବଡ ଭାଇ ସିଗାରେଟ କିମ୍ବା ମଦ ପିଉଥିଲେ ସେମାନଙ୍କ ପିଲାମନେ ନିଶା ସେବନ ପାଇଁ ଅଧିକ ଉତ୍ସହିତ ହୋଇ ଥାଆନ୍ତି ୤ ଅବଶ୍ୟ ଆଜିକାଲି ଚଳଚିତ୍ର ଓ ଟେଲିଭିଜନ ରେ ପ୍ରସାରିତ ଦୃଶ୍ୟ ଦେଖି କିଶୋର କିଶୋରି ମାନେ ଅଧିକ ପ୍ରତ୍ସାହିତ ହେଉଥିବା ଦେଖାଯାଉଛି ୤ ଏହି ନିଶା ସେବନ ବର୍ତ୍ତମାନ ସ୍ୱଳ୍ପ ବେତନ ଭୋଗି ଶ୍ରମିକ ମାନଙ୍କ ମଧ୍ୟରେ ବହୁଳ ଭାବରେ ଦେଖା ଦେଇଛି ୤ ଚାକିରୀ କରିବା ସମୟରେ ସେମାନେ ନିଜର ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି ୤ କିନ୍ତୁ ଚାକିରୀରେ ପ୍ରବେଶ ପରେ କେତେକ ଶ୍ରମିକ ନିଶା ପାନରେ ନିଜକୁ ସାମିଲ କରି ସେମାନଙ୍କ ଭବିଷ୍ୟତ କୁ ଅନ୍ଧକାର ଆଡକୁ ଠେଲିଦେବା ବହୁ ନଜିର ଅଛି ୤ ଅନେକ ଶ୍ରମିକ ଏହାର କୁ ପ୍ରଭାବ ବିଷୟରେ ଯେ ଅବଗତ ନୁହନ୍ତି ତାହା ନୁହେଁ ୤ ନିଶା ସେବନର ସମସ୍ତ କୁ ପ୍ରଭାବ ବିଷୟରେ ଜାଣି ମଧ୍ୟ ସେମାନେ ଏହିପରି ଏକ କୁ ଅଭ୍ୟାସରେ ପଡନ୍ତି ୤ ଅନେକ ସମୟରେ ସେମାନଙ୍କ ଯୁକ୍ତି ମଧ୍ୟ ଅଦଭୁତ ପୂର୍ବକ ୤ ବଡ ବଡିଆ ବାବୁ ମାନଙ୍କ ନିଶା ସେବନ କୁ ସେମାନେ ନଜିର ଦେବା ଦେଖା ଯାଇଥାଏ ୤ ସେମାନେ ବୁଝି ପାରନ୍ତି ନାହିଁ ଯେ, ବଡ  ବଡିଆ ଅଫିସରଙ୍କ ରୋଜଗାର ବେଶୀ ଥିବାରୁ ସେମାନେ ଆର୍ଥିକ ଅନାଟନରୁ କିଛି ତ୍ରାହି ପାଆନ୍ତି କିନ୍ତୁ ତଳିଆ ଶ୍ରମିକ ଟିଏ ଏହି ନିଶା ସେବନ ଦ୍ୱାରା ଆର୍ଥିକ ଅନାଟନର ଶିକାର ହୋଇ ମହା ବିପତ୍ତିକୁ ଟାଣି ଆଣନ୍ତି ୤ ଶ୍ରମିକ ଟିଏ ନିଶା ସେବନ କରିବା ଫଳରେ ଖାଲି ଯେ , କେବଳ ତାର କ୍ଷତି ହୁଏ ତାହା ନୁହେଁ ବାରମ୍ବାର ନିଶାପାନ କରିବା ଦ୍ୱାରା ସେ ବହୁ ଖରାପ କାର୍ଯ୍ୟରେ ପଶିବାକୁ ବାଧ୍ୟ ହୁଏ ୤ ପିଲା ମାନଙ୍କୁ ଠିକ ଶିକ୍ଷା ଦେଇପାରେ ନାହିଁ ୤ ସବୁ ଦିନେ ଘରେ କଳି କଜିଆ ଦ୍ୱାରା ପରିବାରିକ ଅସାନ୍ତି ଲାଗିରହେ ୤ ଏପରିକି ନିଶା ଶକ୍ତ ଅବସ୍ଥାରେ ସ୍ତ୍ରୀ ଓ ପିଲା ମାନଙ୍କୁ ଆକ୍ରମଣ କରିବା ଦେଖା ଯାଇଥାଏ ୤ ନିଶା ଛାଡି ଗଲା ପରେ ଶାରିରୀକ , ଆବେଗିକ  ଓ ସାମାଜିକ ସମସ୍ୟା ସବୁର ସମ୍ମୁଖିନ ହୋଇଥାଏ ୤ ଅନେକ ସମୟରେ ନିଶାଶକ୍ତ ବ୍ୟକ୍ତି ଅକାଳ ମୃତ୍ୟୁ ବରଣ କରେ ଓ ଦୁର୍ଘଟଣା ତଥା ଆତ୍ମହତ୍ୟା ପରି କାର୍ଯ୍ୟ କରିଥାଏ ୤ ନିଶା ଗ୍ରହଣ କରୁଥିବା ବ୍ୟକ୍ତି ଏଡସ୍‌ ଓ ଅନ୍ୟାନ୍ୟ ଦୁରାରୋଗରେ ଆକ୍ରାନ୍ତ ହେବା ଦେଖା ଦେଇଥାଏ ୤ ଆମ ଜୀବନ କାଳରେ ଏପରି ବହୁ ଘଟଣା ଘଟିଛି ୤ ଯାହାକି ଏଠାରେ ବର୍ଣ୍ଣନା କରିବା ଠିକ ନୁହେଁ ୤ ବହୁ ବନ୍ଧୁ ନିଶା ସେବନ କରି ଅକାଳରେ ମୃତ୍ୟୁ ବରଣ କରିଛନ୍ତି ୤ ତେଣୁ ଲେଡିଗୁଡ କହୁଣିକୁ ବହିଯିବା ପୂର୍ବରୁ କୌଣସି ପ୍ରକାର ନିଶାପାନରେ ନିଜକୁ ଦୁରେଇ ରଖିବାକୁ ସମସ୍ତ ଶ୍ରମିକ ସଂକଳ୍ପ ନିଅନ୍ତୁ ୤ ଏହା ଫଳରେ ନିଜର ସମାଜର ବହୁ ଉପକାର ହୋଇପାରିବ ୤
ଅନେକ ସମୟରେ ଦେଖାଯାଇଛି ଯେ ନିଶାଶକ୍ତ ଶ୍ରମିକ ମାନଙ୍କ ଆଶାଳିନ ବ୍ୟବହାର ଓ କୁକାର୍ଯ୍ୟ ଯୋଗୁଁ ଶ୍ରମିକ ସଂଗଠନରେ ଏହାର କୁ-ପ୍ରଭାହ ପଡୁଛି ୤ ଏକ ସୁସ୍ଥ , ଦୃଢ ଓ ପ୍ରଗତିଶୀଳ ଶ୍ରମିକ ସଂଗଠନ ପାଇଁ ଆଦର୍ଶ ଶ୍ରମିକ ଟିଏ ହେବାକୁ ଚେଷ୍ଟା କରନ୍ତୁ ୤
ପିଲା ଯେପରି ନିଶା ସେବନ ନକରେ ସେଥିପାଇଁ ତା ସହିତ ସଂପୃକ୍ତ ହୁଅନ୍ତୁ ଓ ତାର ସାମର୍ଥ ଓ ପ୍ରତିଭାକୁ ବିକଶିତ କରାନ୍ତୁ ୤
ରାମକୃଷ୍ଣ ସାହୁ,ପୂର୍ବତନ ସଭାପତି,ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ,ରାଜୁସାହି,ଜୟପୁର,କୋରାପୁଟ ( ଓଡିଶା )

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ