Friday, October 18, 2013

“କାର୍ଯ୍ୟକର୍ତ୍ତା କିପରି ହେବା ଦରକାର”



ସଂଗଠନର ଯେ କୌଣସି କାର୍ଯ୍ୟକ୍ରମ କାର୍ଯ୍ୟକର୍ତ୍ତାଙ୍କ ଉପରେ ନିର୍ଭର କରେ୤ କାର୍ଯ୍ୟ କର୍ତ୍ତା ତାର ବିଚାର ଧାରାକୁ ଆଗକୁ ନେବା ସଙ୍ଗେ ସଙ୍ଗେ ସଂଗଠନକୁ ଆଗକୁ ନେବାର ଅଛି ୤ ସଂଗଠନ କୁ ବଢାଇବା ପାଇଁ ବାହାରୁ କୌଣସି ଶକ୍ତି ଆସେ ନାହିଁ ନିଜ ଭିତରେ ଥିବା ଶକ୍ତିକୁ ଜାଗ୍ରତ କରାଇ ପାରିଲେ ସଂଗଠନ ଆଗକୁ ବଢିପାରିବ ୤ ସଂଗଠନ ସଂଗଠନ ଅଟେ ୤ କୌଣସି ବ୍ୟକ୍ତିକୁ କିମ୍ବା କୌଣସି ରାଜନୈତିକ ନେତାଙ୍କୁ ବୁଝାଏ ନାହିଁ ୤ ସଂଗଠନ ଯଦି ନରହିବ ତେବେ ଶ୍ରମିକର ବିଚାର ଧାରାକୁ ସମ୍ମାନ ଦେବା ପାଇଁ କେହି ରହିବେ ନାହିଁ ୤
କାର୍ଯ୍ୟକର୍ତ୍ତା ଏକ ଅନୁଭବ ଅଟେ ୤କାର୍ଯ୍ୟକର୍ତ୍ତା ଯେକୌଣସି କାର୍ଯ୍ୟ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଦରକାର ୤ ଶ୍ରମିକ ମାନଙ୍କର ସ୍ୱାର୍ଥ ପାଇଁ ସଂଗଠନ ଦ୍ୱାରା ଆୟୋଜିତ ସଭା ସମ୍ମିଳନୀ ରେ ସଂଖ୍ୟାକୁ ଗୁରୁତ୍ୱ ଦିଆଯାଇଥାଏ ୤ ଅଧିକ ସଂଖ୍ୟକ ଶ୍ରମିକ ମାନଙ୍କୁ ଏକତ୍ରିତ କରାଇ ପାରିଲେ ସଂଗଠନ ବୃଦ୍ଧି ହୋଇଛି ବୋଲି ପ୍ରମାଣୀତ ହୋଇଯାଏ ୤ ଶ୍ରମିକ ସଂଗଠନ ନିୟମ ଆଧାରିତ ହୋଇଥିବାରୁ ନିୟମ ଅନୁଯାୟୀ ସଦସ୍ୟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ସର୍ବଦା ପରିବର୍ତ୍ତନ ହୋଇଥାଏ କାରଣ କିଛି ସଦସ୍ୟ ସର୍ବଦା ନିଜର ସ୍ୱାର୍ଥ ସହିତ ଜଡିତ ହୋଇଥାନ୍ତି ୤ ସ୍ୱାର୍ଥ ସିଦ୍ଧି ହୋଇ ସାରିବା ପରେ ବା ସ୍ୱାର୍ଥ ସିଦ୍ଧ ନହେବା କାରଣରୁ ଉକ୍ତ ସଦସ୍ୟ ସଂଗଠନ ଛାଡି ଚାଲିଯାନ୍ତି  କିନ୍ତୁ ଯେଉଁ ସଦସ୍ୟ ସଂଗଠନର ନୀତି ନିୟମ ଓ ଆଦର୍ଶ ରେ ପ୍ରଭାବିତ ହୋଇ ସେ ସ୍ୱତଃ ପ୍ରବୃତ୍ତ ଭାବେ ସଂଗଠନର ଅନ୍ତର୍ନିହିତ ଶକ୍ତିରେ ପରିଗଣିତ ହୁଅନ୍ତି ୤ କାର୍ଯ୍ୟକର୍ତ୍ତା ଏକ ଚୁମ୍ବକୀୟ ଶକ୍ତି ଅଟେ ୤ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାର ମନ ଏବଂ ମିଶ୍ରଣରେ ସାମୁହିକ ନିଷ୍ପତି ନିଆଯାଇଥାଏ ୤ କାର୍ଯ୍ୟକର୍ତ୍ତାର ଗୋଡ ଉପରେ ସଂଗଠନ ଛିଡା ହୋଇଥାଏ ୤

ଫୁଲର ବାସନାରେ ପରିବେଶ ଯେପରି ମହକି ଯାଏ କାର୍ଯ୍ୟକର୍ତ୍ତା ସେହିପରି ହେବା ଦରକାର ୤ ସଂଗଠନ ଯାହା ନିଷ୍ପତି ନେବ ତାହା ସମସ୍ତ କାର୍ଯ୍ୟକର୍ତ୍ତା ମାନିବା ଦରକାର ୤ କେହିବି କାର୍ଯ୍ୟକର୍ତ୍ତା ଅଭିଯୋଗ କରିବା ବା ମନୋମାଳିନ୍ୟ କରିବା ଠିକ ନୁହେଁ ୤ ସଂଗଠନର ନିଷ୍ପତି ଦ୍ୱାରା ଯଦି କିଛି ସୁଫଳ ମିଳେ ତାହେଲେ ସମସ୍ତେ ଭୋଗ କରିବେ ଯଦି କିଛି କୁଫଳ ମିଳେ ତାହାଲେ ସମସ୍ତେ ମିଶି ସମାଧାନ କରିବେ ୤

କାର୍ଯ୍ୟକର୍ତ୍ତାର ବ୍ୟବହାର :-

                     ୧) ସ୍ୱଦେଶୀ ର ବ୍ୟବହାର ଆବଶ୍ୟକ ୤

                     ୨) ସ୍ୱଦେଶୀ ର ଚିନ୍ତନ ହେବା ଆବଶ୍ୟକ ୤

                     ୩) ସ୍ୱ-ଭାଷାର ଉପଯୋଗ କରିବା ଆବଶ୍ୟକ ୤

                     ୪) ନିଜ ରୋଜଗାରର କିଛି ଅଂଶ ସମାଜ କାମରେ ଲଗାଇବା ଆବଶ୍ୟକ ୤

                     ୫) ସଂଗଠନ ପାଇଁ ତ୍ୟାଗ,ତପସ୍ୟା ଓ ବଳିଦାନର ଆବଶ୍ୟକ ୤

                     ୬) ସଂଗଠନ ପାଇଁ ସମୟର ଆବଶ୍ୟକ ୤

ସଂଗଠନର ଭିନ୍ନ ପ୍ରକୃତିର ଭଲ ଓ ମନ୍ଦ ବ୍ୟକ୍ତି ରହିଥାନ୍ତି ୤ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିଜ ପାଇଁ କଠୋର ଏବଂ ଅନ୍ୟ ପାଇଁ କୋମଳ ହେବା ଆବଶ୍ୟକ ୤ ସମସ୍ତ କାର୍ଯ୍ୟକର୍ତ୍ତା ନିସ୍ୱାର୍ଥପର ଭାବରେ କାର୍ଯ୍ୟ କଲେ କାର୍ଯ୍ୟର ପ୍ରଗତି ହୋଇଥାଏ ୤ ବ୍ୟକ୍ତିଗତ ଆଶା ଓ ଆକାଂକ୍ଷା ସଂଗଠନରେ କ୍ଷତି କରେ ଏଣୁ ମନକୁ ସଂଯମ କରି କାର୍ଯ୍ୟ କଲେ ସଂଗଠନ ଆଗକୁ ବଢିବା ସଙ୍ଗେ ସଙ୍ଗେ ଜଣେ କାର୍ଯ୍ୟକର୍ତ୍ତା ମଧ୍ୟ ଆଗକୁ ବଢିପାରିବ ୤

      

                     ରତିକାନ୍ତରାଉତ , ଅସ୍ଥାୟୀକର୍ମଚାରୀ , ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ