Friday, October 18, 2013

ନେସ୍କୋରେ ଅନିୟମିତତା


ରାଜ୍ୟ ସରକାର ଓ ରାଜ୍ୟ ବିଦ୍ୟୁତ୍ ବୋର୍ଡ ର କର୍ତ୍ତୃପକ୍ଷ ବିଦ୍ୟୁତ୍ ପରିବଣ୍ଟନ ବ୍ୟବସ୍ଥାକୁ ଘରୋଇ କରଣ କରିବାକୁ ଯାଇ ଚାରୋଟି କମ୍ପାନୀ ତିଆରି କଲେ ସେଥି ମଧ୍ୟରୁ ନେସ୍କୋ ଏକ କମ୍ପାନୀ ଯାହାକି ଏବେ ରିଲାଏନ୍ସ ଏନାର୍ଜି ଦ୍ୱାରା ପରିଚାଳିତ ନେସ୍କୋ ଘରୋଇ କରଣ ହେବା ବେଳେ ଯେତିକି ସଂଖ୍ୟକ କର୍ମଚାରୀ ନିୟଯିତ ଥିଲେ ବର୍ତ୍ତମାନ ତାହାର ଅର୍ଦ୍ଧାଧିକ କର୍ମଚାରି କମିବା ସାଙ୍ଗକୁ ଗ୍ରାହକ ସଂଖ୍ୟା ୫ଗୁଣ ଅଧିକ ହୋଇଗଲେଣି ମାତ୍ର ଅଫିସର ମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଯାହା ଫଳରେ ଲାଇନ ମରାମତି କାର୍ଯ୍ୟ ଠିକ ସମୟରେ ହୋଇପାରୁନାହିଁ ପୁରୁଣା କାମକୁ ମରାମତି ନକରି ନୂଆ ନୂଆ କାର୍ଯ୍ୟ ଠିକାଦାର ମାନଙ୍କ ଦ୍ୱାରା କରାଯାଉଅଛି ଗାଁ ଗହଳିରେ ଥିବା ସବଷ୍ଟେସନ ମରାମତି ହେବା ତ ଦୂରର କଥା ଯେଉଁ ଫ୍ୟୁଜ ବନ୍ଧା ଯାଉଛି ତାହା କପର ବଦଳରେ ଆଲୁମିନିୟମ ତାରରେ ବନ୍ଧାଯାଉଅଛି ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ତାର ମାନ ଓହଳି ଗଲାଣି ସେହି ସବି ସ୍ଥାନରେ ବାଉଁଶ ଖୁଣ୍ଟ ପୋତାଯାଇ ତାର ଟଣା ଯାଇଅଛି ଯାହା ଫଳରେ ଅଧିକରୁ ଅଧିକ ଦୂର୍ଘଟଣା ହେବା ସଙ୍ଗେ ସଙ୍ଗେ ଧନ ଜୀବନ ନଷ୍ଟ ହେଉଛି ନେସ୍କୋ ହେବା ପୂର୍ବରୁ ଯେଉଁ ସବୁ କନଷ୍ଟ୍ରକସନ କାମ ହୋଇଥିଲା ସେଥିରେ ପୋତା ହୋଇଥିବା ଖୁଣ୍ଟ ଆଜି ପର୍ଯ୍ୟନ୍ତ ସେହିପରି ଅଛି ମାତ୍ର ନେସ୍କୋ ହେବା ପରେ ଠିକାଦାର ମାନଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟ ଅଧିକାଂଶ ସ୍ଥାନରେ ଖୁଣ୍ଟ ଗଡିଗଲାଣି ତ କେଉଁଠି ଗଡିବା ଅବସ୍ଥାରେ ଅଛି ଗ୍ରହକ ମାନଙ୍କ ଘରେ ଲାଗିଥିବା ମିଟର ବାରମ୍ବାର ବଦଳ କରାଯାଉଅଛି ଗ୍ରାହକ ଯେଉଁ ମିଟର ରେଣ୍ଟ ଦିଏ ତାହା ୩ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡେ ତେଣୁ ବାରମ୍ବାର ମିଟର ବଦଳ କରି ବର୍ଷ ବର୍ଷ ଧରି ମିଟର ରେଣ୍ଟ ଆଦାୟ କରାଯାଉଅଛି ବର୍ଷକୁ ବର୍ଷ ମିଟର କମ୍ପାନୀ ମାନେ ବଦଳୁ ଛନ୍ତି କେତେବେଳେ ଏଙ୍କର ତ କେତେବେଳେ ପାଲମୋହନ ତ କେତେ ବେଳେ ସିକ୍ୟୁର ଏଥିରୁ ଅନୁମାନ କରିହେବ ମିଟର ବାବଦରେ କେତେ ଦୂର୍ନୀତି ହେଉଛି କେବଳ ମିଟର ନୁହେଁ ଅନ୍ୟାନ୍ୟ ନିମ୍ନ ମାନର ସରଞ୍ଜାମ ମଧ୍ୟ ଠିକାଦାର ମାନଙ୍କ ଦ୍ୱାରା ବ୍ୟବହାର କରାଯାଉଅଛି ଯାହା ଫଳରେ ବିଦ୍ୟୁତ୍ ସରବରାହ ବାଧା ପ୍ରାପ୍ତ ହେଲେ ଶ୍ରମିକ ମାନଙ୍କୁ କାର୍ଯ୍ୟକରିବାରେ ଅସୁବିଧା ଉପୁଜୁଅଛି ବିଦ୍ୟୁତ୍ ତାର ରେ ଲାଗୁଥିବା ଗଛର ଡାଳ କାଟିବା ପାଇଁ ମୁଖ୍ୟତଃ ଠିକାଦାର ମାନଙ୍କୁ ଦାୟୀତ୍ୱ ଦିଆଯାଇଥାଏ ମାତ୍ର ଦେଖିବାକୁ ଗଲେ ଠିକାଦାର ମାନେ ଡାଳ ନକାଟି ନେସ୍କୋରେ କାର୍ଯ୍ୟକରୁଥିବା ଶ୍ରମିକ ମାନେ ହିଁ କାଟିଥାନ୍ତି ଡାଳ କଟା ବାବଦରେ ଯେଊଁ ଅର୍ଥ ଆସେ ତାହା ଠିକାଦାର ଏବଂ ଅଫିସର ମାନଙ୍କ ମଧ୍ୟରେ ଆତ୍ମସାତ ହୁଏ ଏବଂ ଅଧିକାଂଶ ସ୍ଥାନରେ ଡାଳ କଟା ହେଊନଥିବାରୁ ଲୋ-ଭଲଟେଜ ସାଙ୍ଗକୁ ବିଦ୍ୟୁତ୍ ତାର ଛିଡି ଦୂର୍ଘଟଣା ମାନ ଘଟୁଅଛି ଏପରି ଅନେକ କାର୍ଯ୍ୟ ଠିକାଦାର ମାନଙ୍କ ଦ୍ୱାରା କରାଯାଉଥିଲେ ହେଁ ପ୍ରାୟତଃ ନେସ୍କୋରେ କାର୍ଯ୍ୟରତ ଶ୍ରମିକ ମାନେ ହିଁ କାର୍ଯ୍ୟ ସଂପାଦନ କରିଥାନ୍ତି ଅଳ୍ପ ସଂଖ୍ୟକ ଶ୍ରମିକ କାର୍ଯ୍ୟ କରୁଥିବାରୁ ବିଦ୍ୟୁତ୍ କାର୍ଯ୍ୟ ମରାମତି ପାଇଁ ସମୟର ଆବଶ୍ୟକତା ଅଧିକ ହୋଇଥାଏ , ଯାହା ଫଳରେ ବିଦ୍ୟୁତ୍ ସରବରାହ ଅଧିକ ସମୟ ଧରି ବାଧା ପ୍ରାପ୍ତ ହୁଏ ସେହି ପରି ମିଟର ରିଡିଂ କାର୍ଯ୍ୟ ପାଇଁ ଠିକା ଶ୍ରମିକ ମାନଙ୍କୁ ନିଯୁକ୍ତି ଦିଆଯାଉଥିବା ହେତୁ ସ୍ଥାୟୀ ଶ୍ରମିକ ଏବଂ ଠିକା ଶ୍ରମିକ ଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଗ୍ରାହକ ମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ଏହି ସବୁ ଅନେକ କାରଣରୁ ଗ୍ରାହକ ମାନଙ୍କର ଆକ୍ରୋଶର ଶିକାର ଶ୍ରମିକ ମାନେ ହିଁ ଭୋଗିଥାନ୍ତି ଏହା ବିରୁଦ୍ଧରେ ଯଦି କୌଣସି ଶ୍ରମିକ ସ୍ୱରଉତ୍ତୋଳନ କରେ ତେବେ ଶ୍ରମିକ ଜଣକ ଉପରେ ଅଫିସର ମାନେ ଆକ୍ରୋଶ ମୂଳକ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ ଯଦି ବା ଶ୍ରମିକ ମାନଙ୍କର ସଂଗଠନ ଅଛି ସେସବୁ କେବଳ ଟ୍ରାନ୍ସଫର ଓ ପ୍ରମୋସନ ପାଇଁ ଯେମିତି ଇଂରେଜ ମାନେ ଆମ ଭାରତ ବର୍ଷରେ କିଛି ରାଜା ଓ ଜମିଦାର ମାନଙ୍କୁ ହାତ ମୁଠରେ ରଖି ଭାରତୀୟ ମାନଙ୍କୁ ଶୋଷଣ କରୁଥିଲେ ସେହିପରି ଏହି କମ୍ପାନୀ ରେ କିଛି ଅସାଧୁ ଅଫିସର ଏକତ୍ରିତ ହୋଇ କିଛି ରାଜନୈତିକ ନେତା ଙ୍କୁ ହାତରେ ରଖି ଶ୍ରମିକ ଓ ଗ୍ରାହକ ମାନଙ୍କୁ ଶୋଷିବାରେ ଲାଗିଛନ୍ତି ଏବଂ ଶ୍ରମିକ ମାନେ ନିଜ ହକ ପାଇବାରୁ ବଞ୍ଚିତ ହେଉଛନ୍ତି ଏ ସବୁର ମୂଳ କାରଣ ଦୂର୍ନୀତି ଯଦି ଶ୍ରମିକ ମାନେ ଏକତ୍ରିତ ହୋଇ ନିଜର ସ୍ୱାର୍ଥକୁ ପଛରେ ପକାଇ ନେସ୍କୋରେ ଥିବା ଦୂର୍ନୀତି ଗ୍ରସ୍ତ ଅଫିସର ଓ ରାଜନୈତିକ ନେତା ମାନଙ୍କୁ  ଦୂର୍ନୀତି ଠାରୁ ଦୂରରେ ରଖିବା ତେବେ ନେସ୍କୋରେ ପରିବର୍ତ୍ତନ ସମ୍ଭବ ନେସ୍କୋ ଶକ୍ତି କର୍ମଚାରୀ ସଂଘ ର ଆହ୍ୱାନ କ୍ରମେ ବର୍ତ୍ତମାନ ଦୂର୍ନୀତି ଓ ଭ୍ରଷ୍ଟାଚାର ନେସ୍କୋରୁ ଧିରେ ଧିରେ କମିବାରେ ଲାଗିଛି ଏଣୁ ଆସନ୍ତୁ ଆମ୍ଭେମାନେ ଏକତ୍ରିତ ହୋଇ ନେସ୍କୋକୁ ଦୂର୍ନୀତି ମୂକ୍ତ କରାଇବା ପାଇଁ ସଂକଳ୍ପ କରିବା

              ଜ୍ୟୋତିରଞ୍ଜନ କଟୁଆଳ , ଜେ.ଟି. , ନେସ୍କୋ


No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ