Wednesday, October 23, 2013

ଅଶୃଳ ଶ୍ରଦ୍ଧାଞ୍ଜଳି



ଅସତୋ ମା ସଦ୍‌ଗମୋୟ
ତମସୋ ମା ଜ୍ୟୋତିର୍ଗମୟୋ
   ମୃତ୍ୟୁର୍ମା ଅମୃତଦ୍‌ଗ ମାୟୋ ୤
ହେସୁରୀ ! ତୁମେ ଅବିସ୍ମରଣୀୟ,ତୁମେ ଅମର,ତୁମେ ଅବିନଶ୍ୱର ୤ ଆଜି ଏ ସଂଗଠନ ନେସ୍କୋ ଶକ୍ତି କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ ପାଳନ ୨୦୧୨ ର ଶୁଭ ଅବସରରେ ପ୍ରକାଶିତ ସ୍ମରଣିକା ଶକ୍ତିଶ୍ରୀ କରପତ୍ର ଯୋଡି ଜଣାଉଛି ତୁମକୁ ଆନ୍ତରିକ ପ୍ରଣାମ ୤ ସ୍ମରଣ କରୁଛି ତୁମର ସେହି ମହାନତାକୁ,ତୁମର ଦିଗ୍‌ଦର୍ଶନକୁ ୤ ଝୁରି ହେଉଛି ତୁମର ସେହି ଅମର ଆତ୍ମାକୁ ୤ ହେ ମହାତ୍ମା ! ତୁମେ ଫେରିଆସ ୤ ଦେଖିଯାଅ ତୁମ ରକ୍ତର ସ୍ୱାକ୍ଷର ବହନ କରୁଥିବା ତୁମର ଦାୟାଦ ଓ ପରବର୍ତ୍ତୀ ପିଢିକୁ ୤ ତୁମ ସମ୍ମୁଖରେ ଅବନତ ବଦନରେ , ଲୋତକାପ୍ଲୁତ ନୟନରେ ପରମେଶ୍ୱରଙ୍କ ଠାରେ ପାର୍ଥନା କରୁଛୁ ତୁମ ଆତ୍ମାର ସଦଗତି ପାଇଁ ୤ ପୁଣି ତୁମେ ଥରେ ଅବତୀର୍ଣ୍ଣ ହୁଅ ଏ ଧରା ପୃଷ୍ଠରେ , ଆମ ଗହଣରେ ୤ ଆମର ପଥ ପ୍ରର୍ଦଶକ ହୁଅ ୤ ଯାବତ୍‌ ଚନ୍ଦ୍ରାର୍କେ ଏ ସଂଘ ତୁମକୁ ଝୁରି ହେଉଥିବ , ମନେ ପକାଉଥିବ ୤ ସ୍ମୃତିର ତାଜମହଲ ନିର୍ମାଣ କଲାବେଳେ ହେ ମହିମାନ୍ୱିତ ପୂର୍ବଜ,ଗ୍ରହଣ କର ଆମର ଅଶୃଳ ଶ୍ରଦ୍ଧାଞ୍ଜଳି ୤ ଆଶିର୍ବାଦ ଦିଅ ତମର ଚଲାପଥ ହେଉ ଆମର ବଡଦାଣ୍ଡ ୤

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ