Wednesday, October 23, 2013

ସମାଜ ର ଅର୍ଥକୁ ଛୁଇଁବା ମନା



ଆନ୍ଧ୍ରପ୍ରଦେଶ ରେ ଗୋଦାବରୀ ଜିଲ୍ଲାରେ ଶ୍ରୀରାମ ପୁରମ୍‌ ଶିକ୍ଷକ ଶାଖାର ମୂଖ୍ୟ ଶିକ୍ଷକ ଦୁଷ୍ମନ୍ତ ବର୍ମା ୤ ସେ ଜଣେ ଅତି ସାଧାରଣ ପରିବାର ର ୤ ସେ ଯେତେବେଳେ କକ୍ଷ ୬ ର ଛାତ୍ର ଥିଲେ ସେତେବେଳେ ସେ ଦିନରାତି ପରିଶ୍ରମ କରି ବନବାସୀ ବନ୍ଧୁମାନଙ୍କ ପାଇଁ କିଛି ଅର୍ଥ ଜମା କରିଥିଲେ ୤ ରାମ ନବମୀ ଦିନ ଫଳ କାଟୁ କାଟୁ ତଙ୍କର ଆଙ୍ଗୁଳି କଟିଗଲା ୤ ସେ ତାଙ୍କ ମା’ଙ୍କ ପାଖକୁ ଦୌଡିଗଲେ ୤ ମା’ ଦେଖିଲେ ଦୁଷ୍ମନ୍ତର ଆଙ୍ଗୁଳି କଟିଯାଇ ଖୁବ ଜୋରରେ ରକ୍ତ ବହୁଛି ୤ ସେ ଖୁବ ବ୍ୟସ୍ତ ହୋଇପଡିଲେ ୤ ସଂଘର ଜଣେ କର୍ମଚାରୀ ବନ୍ଧଙ୍କୁ ଡାକିବା ପାଇଁ ଫୋନ କରିବା ଆବଶ୍ୟକ ଥିଲା ୤ କିନ୍ତୁ ତାଙ୍କ ପାଖରେ ପଇସା ନଥିଲା ୤ ସେତେବେଳେ ଦୁଷ୍ମନ୍ତଙ୍କ ପାଖରେ ବନବାସୀ ଙ୍କ ପାଇଁ ସଂଗ୍ରହ କରିଥିବା ୧୪୦୦ଟଙ୍କା ଥିଲା ୤ ତେଣୁ ଦୁଷ୍ମନ୍ତଙ୍କୁ ୧୦ଟଙ୍କା ଦେବା ପାଇଁ ମା’ କହିଲେ ୤ ସେ ମନା କଲେ ୤ ମା’ କହିଲେ ୧୦ଟଙ୍କା ବଦଳରେ ୨୦ଟଙ୍କା ଦେବେ ୤ ତଥାପି ଦୁଷ୍ମନ୍ତ ମନାକଲେ,ବ୍ୟସ୍ତ ହୋଇ ମା’ ଦୁଷ୍ମନ୍ତଙ୍କୁ ନେଇ ଦୌଡି ଦୌଡି ଡାକ୍ତରଙ୍କ ପାଖକୁ ଗଲେ ୤ ଡାକ୍ତର ଦେଖିଲେ ବହୁତ ରକ୍ତ ବୋହି ଯାଇଛି ୤ ଡକ୍ତର ସବୁକଥା ମା’ ଙ୍କ ପାଖରୁ ଶୁଣି କହିଲେ ଦୁଷ୍ଟ ପିଲା ମନେ ଏମିତି ଗଡବଡ କାମ କରନ୍ତି ୤ ତାହା ଶୁଣି ଦୁଷ୍ମନ୍ତ ଡାକ୍ତରଙ୍କୁ ପ୍ରତିବାଦ କରି କହିଲେ ସେ ସେମିତି ନୁହନ୍ତି ୤ ସେ ଦିନ ରାତି ବନବାସୀ ବନ୍ଧୁଙ୍କ କଲ୍ୟାଣ ପାଇଁ , ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପଇସା ଜମା କରିଛନ୍ତି ୤ ସେ ପଇସା ତାଙ୍କର ନୁହେଁ ୤ ତେଣୁ ସେ ପଇସା ସେ ଖର୍ଚ୍ଚ କରିବେ କେମିତି ? ଏକଥା ଶୁଣି ଡାକ୍ତର ବହୁତ ଖୁସି ହୋଇଗଲେ ଓ ତାଙ୍କ କାମରେ ଲାଗିଲେ ୤ ଦୁଷ୍ମନ୍ତର ହାତରେ ଡାକ୍ତର ଔଷଧ ଲଗାଇ ପଟି ବାନ୍ଧୁଥିବା ବେଳେ ଦୁଷ୍ମନ୍ତ ଡାକ୍ତରଙ୍କୁ କହିଲା୤
ପରୋପ କାରାୟ ବହନ୍ତି ନଦ୍ୟାଃ ୤
ପରୋପ କାରାୟ ଫଳନ୍ତି ବୃକ୍ଷାଃ୥
ଅର୍ଥାତ ପରର ଉପକାର କରିବା ପାଇଁ ନଦୀ ମାନେ ବହିଯାଇଛନ୍ତି ଏବଂ ପରର ଉପକାର କରିବା ପାଇଁ ବୃକ୍ଷମାନେ ଫଳ ଭାବରେ ଆନତ ହୋଇ ପଡୁଛନ୍ତି ୤ ତେଣୁ ପ୍ରତ୍ୟେକ ଲୋକ ପରୋଉପକାର କରିବା ଉଚିତ ଏବଂ ସମୂହ ସ୍ୱାର୍ଥ ପାଇଁ ସଂଗୃହିତ ଅର୍ଥକୁ କେହି ନିଜ ପାଇଁ ଖର୍ଚ୍ଚ କରିବା ଅନୁଚିତ ୤ ଏ କଥା ଶୁଣି ଡାକ୍ତର ବହୁତ ପ୍ରଭାବିତ ହୋଇଯାଇଥିଲେ ଓ ଦୁଷ୍ମନ୍ତର ଚିକିତ୍ସା ଟଙ୍କା ନେଇ ନଥିଲେ ଓ ପଇସା ନନେଇ ଔଷଧ ମଧ୍ୟ ଦେଇଥିଲେ ୤
ଭାଗ୍ୟଶ୍ରୀ ବିଶ୍ୱାଳ,Grand D/O :- ଶ୍ରୀ ନିରଞ୍ଜନ ପଢିଆରୀ ସାଧାରଣ ସମ୍ପାଦକ,
ନେସ୍କୋ ଶକ୍ତି କର୍ମଚାରୀ ସଂଘ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ