Friday, October 18, 2013

“ଅଭୁଲା ସ୍ମୃତି”



ବୁଦ୍ଧଂ ଶରଣଂ ଗଚ୍ଛାମୀ,
ସଂଘ ଶରଣଂ ଗଚ୍ଛାମୀ
ଧର୍ମ ଶରଣଂ ଗଚ୍ଛାମୀ
ବିଗତ ଦିନର ଶ୍ରମିକ ମାନଙ୍କର ଆଶାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ୨୦୦୩ ମସିହାରେ ନେସ୍କୋର କାର୍ଯ୍ୟରତ ଓ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ନେଇ ଜନ୍ମ ନେଲା ନେସ୍କୋ ଶକ୍ତି କର୍ମଚାରୀ ସଂଘ ଏହାର ମୁଖ୍ୟ କାର୍ଯ୍ୟକର୍ତ୍ତା ରୁପେ କାର୍ଯ୍ୟ ସଂପାଦନ କଲେ ସେହି ମହାନ ବ୍ୟକ୍ତିତ୍ୱ ପରମ ପୂଜ୍ୟ ଶ୍ରୀଯୁକ୍ତ ନିରଞ୍ଜନ ପଢିଆରୀ ତାଙ୍କୁ ସହଯୋଗ କରିବା ପାଇଁ ରଣାଙ୍ଗନରେ ଅବର୍ତ୍ତୀନ ହେଲେ ପାଣ୍ଡବ ସଦୃଶ କେତେ ଜଣ ନିସ୍ୱାର୍ଥପର ବ୍ୟକ୍ତି ଏହା ପୂର୍ବରୁ ନେସ୍କୋର ଶ୍ରମିକ ମାନଙ୍କର କଲ୍ୟାଣ ପାଇଁ ଯେଉଁ ଶ୍ରମିକ ସଂଗଠନ ମାନ ଶୃଷ୍ଟି ହୋଇଥିଲା ବାସ୍ତବରେ ତାହା ଶ୍ରମିକ ହିତାକାଂକ୍ଷି ନଥିଲେ ସେମାନେ ଶ୍ରମିକ ମାନଙ୍କୁ ଶୋଷଣ କରି ତାଙ୍କ ଆଖିରୁ ଧାରା ଶ୍ରାବଣ ର ଲୋତକ ଝରାଇ ସେମାନଙ୍କୁ ପ୍ରତାରଣା କରୁଥିଲେ ଏହାକୁ ଲକ୍ଷ କରି ସେହି ମହାନ ବ୍ୟକ୍ତି ଯିଏ ଅନ୍ୟ ମାନଙ୍କର ଦୂଃଖ ଦେଖିପାରନ୍ତି ନାହିଁ , କୋହ ସହି ପାରନ୍ତି ନାହିଁ ସେ ଗଠନ କଲେ ନୂତନ ଆଲୋକର ନୂତନ ଦିଗନ୍ତ ଯାହାର ନାମ ଦେଲେ ଶକ୍ତି କର୍ମଚାରୀ ସଂଘ ଯେଉଁଠି ସତ୍ୟ ଶାନ୍ତି,ନ୍ୟାୟ,ଦୟା,କ୍ଷମା ଓ ନିରପେକ୍ଷତା ଏହି ସଂଗଠନ ପୂର୍ବରୁ ନେସ୍କୋର ଅନ୍ୟ ଶ୍ରମିକ  ସଂଗଠନ ଶ୍ରମିକ ମାନଙ୍କ ମୂଖରେ ହସ ଆଣି ପାରିନଥିଲା    ବରଂ ସେମାନେ ନୂତନ କରି ଗଢା ହୋଇଥିବା ଏହି ସଂଗଠନକୁ ବିରୋଧ ଓ ନିନ୍ଦା କଲେ,ତଥାପି ସଂଗଠନଟି ସେହିପରି ହିମାଳୟ ପର୍ବତ ସଦୃଶ ମୁଣ୍ଡଟେକି ଆଜି ପର୍ଯ୍ୟନ୍ତ ଛିଡା ହୋଇରହିଛି,ଆଗାମି ଦିନରେ ରହିଥିବ ମଧ୍ୟ
ମହା ଭାରତରେ ଗୋଟିଏ କଥା ଅଛି –
ଯଦା ଯଦହି ଧର୍ମସ୍ୟ ଗ୍ଲାର୍ନି ଭବତି ଭାରତ
ଅଭ୍ୟୁତଥାନମ୍‌ ଅଧର୍ମସ୍ୟ,ତଦାତ୍ମନ ସୃଜମ୍ୟହମ୍‌
ଧର୍ମ ସଂସ୍ଥାପନାର୍ଥାୟେ ସମ୍ଭବାମି ଯୁଗେ ଯୁଗେ
ଗୋଟିଏ ପକ୍ଷରେ ରହିଲେ ସ୍ୱାର୍ଥନେଷୀ , ଲମ୍ପଟ , ଭ୍ରଷ୍ଟାଚାରୀ , କୌରବ ସୈନ୍ୟ ଓ ଅନ୍ୟ ପକ୍ଷରେ ଧର୍ମର ଧ୍ୱଜା ଧରି ରହିଲେ ପାଣ୍ଡବ ସୈନ୍ୟ ଧର୍ମର ଧ୍ୱଜା ଧରି ରହିଥିବା ପାଣ୍ଡବ ସେନାଙ୍କର ସାରଥୀ ହେଲେ ପରମ ପୂଜ୍ୟ ଶ୍ରୀଯୁକ୍ତ ନିରଞ୍ଜନ ପଢିଆରୀ ତାଙ୍କର ସେହି ନନ୍ଦିଘୋଷକୁ ଆଗେଇନେବା ପାଇଁ ରଣ କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ ଅନ୍ୟ ପ୍ରତିଭାର ଅହିକାରୀ ମାନ୍ୟବର ବିଧାୟକ (ନିଳଗିରୀ) ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମହାଭାରତରେ ଚାଲିଥିଲା ଏହି ଯୁଦ୍ଧ ୧୭ଦିନ ମାତ୍ର ନେସ୍କୋ ରେ ଚାଲିଲା ତିନି ବର୍ଷ ଯୁଦ୍ଧ ସମୟରେ କୌରବ ସେନା ମଧ୍ୟରୁ ଦୁର୍ଯ୍ୟଧନ ଗଲେ ମା ଗାନ୍ଧାରୀଙ୍କର କରୁଣା ଭିକ୍ଷା କରିବା ପାଇଁ ମାତ୍ର ଗାନ୍ଧାରୀ ଆଶୀର୍ବାଦ ଦେଲେ ଅକ୍ଷୟ ହେଉ ପୂର୍ଣ୍ୟ ଜଗତେ ଧର୍ମର ହେଉ ଜୟ ତିନି ବର୍ଷ ଧରି ଶ୍ରମିକ ମାନଙ୍କର ଅଧିକାରକୁ ସାକାର କରିବା ପାଇଁ ଅନେକ କଷଣ ସହିବାକୁ ପଡିଲା ତଥାପି ସେହି ମହାନ ବ୍ୟକ୍ତି ଧର୍ଯ୍ୟହରା ନହୋଇ ଶ୍ରମିକ ମାନଙ୍କର ଦୂଃଖ ଓ ଦୁର୍ଦଶା କୁ ଏଡାଇବା ପାଇଁ କେତେଦିନ ଭୁକ ଉପାସରେ ରହିଛନ୍ତି ବହୁବାର ଆନ୍ଦୋଳନ ଜାରି ରଖିଛନ୍ତି ଶେଷରେ କେତେକ ସ୍ୱାର୍ଥନେଷୀ ବ୍ୟକ୍ତି ତାଙ୍କୁ ପ୍ରଲୋଭନ ଦେଖାଇ ଏହି ଆନ୍ଦୋଳନ ରୁ ଓହରିଯିବା ପାଇଁ ପ୍ରବର୍ତ୍ତାଇଥିଲେ ମାତ୍ର ସେ ପ୍ରଲୋଭନରେ ନପଡି ଶ୍ରମିକ ମାନଙ୍କର କିପରି ମଙ୍ଗଳ ହେବ ସେଥିପାଇଁ ସେ ଚେଷ୍ଟିତ ରହିଲେ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ଏହି ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ସେ ପ୍ରକୃତରେ ହୃଦୟଙ୍ଗମ କରିଥିଲେ ଦରଦୀ ହୃଦୟର କଥା ବିଶେଶ କରି ସେ ଦୂଃଖ ଓ କଷାଘାତ ଭିତରେ ସଡୁଥିଲେ ମଧ୍ୟ କୌଣସି ଶ୍ରମିକର ଅନିଷ୍ଟ କଥା ଚିନ୍ତା କରିନାହାନ୍ତି ଯାହା ହେଉ ଶ୍ରମିକ ମାନେ ମଧ୍ୟ ଦୂଃଖ ଓ ବିଶାଦ ଭିତରେ ଗତି କରୁଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ବିଶ୍ୱାସ ରଖ ନିଶ୍ଚିତ ଫଳ ମିଳିବ “କଥାରେ ଅଛି ବିଶ୍ୱାସେ ମିଳେଇ ହରି”
ପ୍ରକୃତ ଓ ବାସ୍ତବର କଥା ଧର୍ମଯୁଦ୍ଧ କରି କରି ସର୍ବଶାନ୍ତ ହେଲାପରେ ସାମାନ୍ୟ ମ୍ରୀୟମାଣ ହୋଇ ପଡିଥିଲେ ମାତ୍ର ନେସ୍କୋର ଅନ୍ୟ ସହକର୍ମି ମାନଙ୍କ ସହାୟତାରେ ସେ ପୁଣି ଆଗକୁ ଅଗ୍ରସର ହେଲେ ଶେଷରେ ବିଜୟ ବାନା ଉଡାଇବାରୁ ଶ୍ରମିକ ମାନେ ନିଯୁକ୍ତି ପାଇଲେ ବହୁ ଦିନର ଆଶା ତାଙ୍କ ପୁରଣ ହେଲା ମାତ୍ର କର୍ମରେ ନିଯୁକ୍ତି ହେଲାପରେ ବି ସେ ଶ୍ରମିକ ମାନଙ୍କ ଦୂଃଖ , ଅସୁବିଧା କଥା ବୁଝୁଛନ୍ତି ସେ ନିଜ ବକ୍ତବ୍ୟରେ କହିଛନ୍ତି ସଦା ସର୍ବଦା ସତ୍‌ ପଥ ଅବଲମ୍ବନ କର,ନିଜ ସ୍ୱାର୍ଥକୁ ବଳିଦେଇ ଅନ୍ୟର କଲ୍ୟାଣ କର ତେବେ ଯାଇ ତୁମେ ଭଗବାନଙ୍କର କୃପାଲାଭ କରିପାରିବ ତେଣୁ ତାଙ୍କ ନିର୍ଦ୍ଦେଶାନୁଶାରେ ଆମେ ସମସ୍ତେ ସର୍ବଦା ସଂଘ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିବା ପାଇଁ ସପଥ ନେବା
                     “ହେବା ଏ ଦେଶର ଜାଗ୍ରତ ପ୍ରହରୀ ନେବା ଜୀବନରେ ପଣ
                       ସଂଗଠନ କାର୍ଯ୍ୟେ କର୍ମୀ ନିର୍ମାଣରେ ଜଗାଇବା ଜଣ ଜଣ”


                  ଅଶୋକ କୁମାର ନାୟକ,   ଅସ୍ଥାୟୀ କର୍ମଚାରୀ , ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ