Friday, October 18, 2013

“ଆଲୋକ ବର୍ତ୍ତିକା”



ଜୀବନଟା ସଂଘର୍ଷ ମୟ ଓ ସମସ୍ୟା ପୂର୍ଣ୍ଣ ଏହାକୁ ପଢି ମନେ ରଖିବା ଅତି ସହଜ ମନେ ହୁଏ କିନ୍ତୁ ଅଙ୍ଗେ ବିତାଇ ଥିବା ବିଜୟର ଧ୍ୱଜା ଉଡାଇବାର ସ୍ୱାଦ ଅତି ନିଆରା ଏହି ନିଆରା ସ୍ୱାଦ କୁ ମର୍ମେ ମର୍ମେ ଉପଲବ୍ଧି କରିଥିଲେ ଶକ୍ତି ସଂଘ ର କର୍ମିଗଣ ଫ୍ରେବୁୟାରୀ ୧୯ତାରିଖରେ ଏହା କୌଣସି ପ୍ରେମ ଗଳ୍ପ କିମ୍ବା ମାଆର ମମତା ଭରା କାହାଣି ନୁହେଁ ଏହା ନିଚ୍ଛକ ସତ୍ୟ ଉପରେ ଆଧାରିତ ଏକ ଘଟଣା ଏହି ଘଟଣା କୁ ରୂପ ରେଖ ଦେଇଥିଲେ ଶକ୍ତି ସଂଘର ସମ୍ପାଦକ ଶ୍ରୀ ନିରଞ୍ଜନ ପଢିଆରୀ ମହୋଦୟ ଓ ଚିତ୍ରକାର ଥିଲେ ଶକ୍ତି ସଂଘର କର୍ମିଗଣ ଏହି ଘଟଣାର ଚିତ୍ରଟି ପର୍ଯ୍ୟବେଶିତ ହେଉହିଲା ନ୍ୟାର୍ଯ୍ୟ ଦାବି ଉପରେ ଯେପରି କଥାରେ ଅଛି ବଣ ମଲ୍ଲି ସିନା ବଣରେ ଫୁଟି ମଉଳି ଯାଏ ହେଲେ ତାର ବାସନା ଚତୁର୍ଦିଗକୁ ବିମୋହିତ କରିଥାଏ ଠିକ ସେହିପରି “ଶକ୍ତି ସଂଘ” ତାର ପ୍ରତିପକ୍ଷ ସଂଘକୁ ଅତି ଛୋଟିଆ ସଂଘ ବୋଲି ମନେ ହେଉଥିଲେ ମଧ୍ୟ ତା’ର ବିଜୟର କୀର୍ତ୍ତି ଆଜି ଚତୁର୍ଦିଗରେ ଚର୍ଚ୍ଚାର କାହାଣୀ ସାଜିଛି ସମୟ ଥିଲା “ଶକ୍ତି ସଂଘ” ବୋଲି କାହାରି ଆଖି ନଜରରେ ଆସି ନଥିଲା କିନ୍ତୁ ସମୟ ଆସିଥିଲା ଆଖି ନଜରରେ ନଥିବା ସଂଘଟି ଆଜି ସମସ୍ତଙ୍କ ଆଖି ପଲକରେ ରହି ପାରିଲା ଏହାର କାରଣ ଦୀର୍ଘ ୩ବର୍ଷ ର ପ୍ରତୀକ୍ଷା ପରେ ଯେଉଁ ମହୁର ସ୍ୱାଦ ସଂଘ ଆଜି ତା’ର କର୍ମୀମାନଙ୍କୁ ଦେଲା ସେଥିପାଇଁ ସେ ନିଜ ଗହଣରେ ଆଲୋଚିତ ହେବା ସଙ୍ଗେ ସଙ୍ଗେ ଅନ୍ୟ ସଂଘର ସମାଲୋଚନା କୁ ଦୁରେଇ ଦେଇ ଆଲୋଚନାର ପାତ୍ର ହୋଇପାରିଲା ପ୍ରଭୁ କଲ୍ୟାଣେଶ୍ବର ଙ୍କ ଆଶୀର୍ବାଦ ସହ ମାତୃ ଶକ୍ତି ଆଗରେ ଘୃତ ଦୀପ ଜାଳିବାର ମହତ୍ୱକୁ ଆଜି ବୁଝିପାରିଲେ କର୍ମିଗଣ ମାନେ ଧର୍ଯ୍ୟର ପରିକ୍ଷା ଦେଇ ଦେଇ ଅନ୍ତିମ ପର୍ଯ୍ୟାୟରେ ଅବନୀତ ହୋଇପାରିବାର ସବୁଠିଙ୍କ ପାଖରେ ବିଶ୍ୱସ୍ତ ହୋଇପାରିଲେ ସେମାନେ , ସାଗରର ଢେଉ ଆସିଲେ ଯେପରି ସାଗର ଉତ୍ତାଳ ଆକାର ଧାରଣ କରେ କିନ୍ତୁ ଢେଉ ଚାଲିଗଲା ପରେ ଶାନ୍ତ , କମନୀୟ ରୂପ କାହାରି ଆଖି ନଜରକୁ ଆସେ ନାହିଁ ଠିକ ସେହିପରି  “ଶକ୍ତି ସଂଘ” ର ସଫଳତା ଦିନେ ଉତ୍ତାଳ ଆକାର ଧାରଣ କରି ଅନ୍ୟ ସଂଘକୁ ଆଶ୍ଚାର୍ଯ୍ୟନ୍ବିତ ଓ ଗଭିର ସ୍ତମ୍ବିଭୁତ କରିଥିଲା କିନ୍ତୁ ତାର ଶାନ୍ତ ରୂପ ପ୍ରକାଶ ପାଇଥିଲା ରେମୁଣା ଗୋଲାଇ ର ରାସ୍ତା ଉପରେ,ତମ୍ବୁ ଭରା , ବାଉଁଶ ଘେରା ଟେଣ୍ଟ ଉପରେ ପ୍ରକୃତିର କ୍ରୁର ଅଟ୍ଟହାସ୍ୟ ସହ ପାଦ ଚାଲିଗଲା ଲୋକ ଓ ପ୍ରତିପକ୍ଷ ସଂଘ ର ଉପହାସକୁ ଭୃକେପ ନକରି ପଡି ରହିଥିଲା ସଂଘ ଅନ୍ତିମ ପର୍ଯ୍ୟାୟର ଲକ୍ଷ ହାସଲ ପାଇଁ ୩ବର୍ଷର ଶୀତ ପ୍ରୋକପ ସହ ଅଂଶୁଘାତ ର କଷ୍ଟ କର୍ମୀଙ୍କ ଲକ୍ଷକୁ ଭ୍ରଷ୍ଟ କରିପାରି ନଥିଲା ଏସବୁ କୁ ବିଧାତାର ଖେଳ ସ୍ୱରୁପ ମନେକରି ସେମାନେ ଚୁପ ଚାପ ଆଖିବୁଜି ସହ୍ୟ କରି ନେଇଥିଲେ ଓ ଆଶୀର୍ବାଦ ସ୍ୱରୁପ ପାଇଥିଲେ ଦୀର୍ଘ ଦିନର ସ୍ୱପ୍ନର ବାସ୍ତବତା ନ୍ୟାର୍ଯ୍ୟ ଦାବି ପାଇଁ ବାରମ୍ବାର ସଂଘର୍ଷ କରିବା ସେ ସବୁ ଘଟଣା କାହାଣି ପରି ମନେ ହେଉଥିଲେ ମଧ୍ୟ ତାହା ଥିଲା ଦିନେ ସତ୍ୟ ଓ ମର୍ମନ୍ତୁକ ସେତେ ବେଳେ ରାଜରାସ୍ତାର ଚନ୍ଦ୍ରର ଜ୍ୟୋତ୍ସ୍ନା ମନ ଓ ହୃଦୟକୁ ଯେତିକି ସ୍ପର୍ଷ କରିପାରିନଥିଲା ଅମାବାସ୍ୟାର ଦୂଃଖଦଚିତ୍ର ହୃଦୟର ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇ ପାରିଥିଲା ମନରେ ଉଙ୍କି ମାରୁଥିଲା ସେତେବେଳେ ଖାଲି ଅମାବାସ୍ୟାର ଚିତ୍ର ଠିକ ସେହିପରି ସେତିକିବେଳେ ହୃଦୟର ଦିକ୍‌ ଦିକ୍‌ ଆଲୋକ ବତୀଟିଏ ଜଳାଉଥିଲେ ସଂଘର ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ପଢିଆରୀ ଓ ଏହି କାର୍ଯ୍ୟକୁ ଲଗାମ ଦେଇଥିଲେ ସଂଘର ଉପଦେଷ୍ଟା ତଥା ନିଳଗିରୀ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀ ମହୋଦୟ ସେମାନଙ୍କ ଅନବରତ କାର୍ଯ୍ୟସହ କର୍ମୀମାନଙ୍କୁ ବିଧାତା ପରୀକ୍ଷା ନେଇ ନେଇ ଶେଷରେ ମାଧ୍ୟମ ସ୍ୱରୂପ ପଠାଇଲେ ନେସ୍କୋର ଏମ୍‌.ଡି. ସନ୍ଦେଶ ରାଣେ ଙ୍କୁ ତାଙ୍କ ଯଥାନୂରୁପ କାର୍ଯ୍ୟାନୁଷ୍ଠାନ ଯୋଗୁ ଦୀର୍ଘ ୩ବର୍ଷର ଧାରଣା (ଆନ୍ଦୋଳନ) ପ୍ରତ୍ୟାହୃତ ହୋଇପାରିଲା ଓ ଜୟ ଶକ୍ତି , ଜୟ ଶକ୍ତି ବୋଲି ସଂଘ ତାର ପ୍ରକୃତ ପରିଚୟ ପାଇଲା ଓ କର୍ମୀଗଣଙ୍କୁ ନିଜ ନିଜ ପରିଚୟ ଦେଇ ବିଜୟ କେତନ ବାନା ଉଡାଇ ପାରିଲା ଓ ମାତୃ ଶକ୍ତି ଆଗରେ ଜଳୁ ଥିବା ଆଲୋକ ବତୀଟି ଆଜି ଆଲୋକ ବର୍ତ୍ତୀକା ସାଜି ପାରିଲା



ବିଜୟ କୁମାର ମହାନ୍ତି,ଅସ୍ଥାୟୀ କର୍ମଚାରୀ , ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ