Sunday, November 3, 2013

"ଏକତା ଠାରୁ ବଡଶକ୍ତି କିଛି ନାହିଁ"



ନେସ୍କୋ ଶକ୍ତି କର୍ମଚାରୀ ସଂଘ ବାଲେଶ୍ୱର ଜିଲ୍ଲାରୁ ଉତ୍ପତି ଏବଂ ଏହାର ମୂଖ୍ୟ କାର୍ଯ୍ୟାଳୟ ହୋଇଥିବାରୁ୤ ଏହା ଆମ ୟୁନିୟନ ର ଗର୍ବ ଓ ଗୌରବର ବିଷୟ ୤ କାରଣ ଏହି ମାଟି ଦେଶର ସ୍ୱାଧିନତା ସଂଗ୍ରାମରେ ରକ୍ତତୀର୍ଥ ଇରମ ସହିଦ ସ୍ମୃତିପିଠ , ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଇଞ୍ଚୁଡିରେ ଲବଣ ସତ୍ୟାଗ୍ରହ , ଭାରତୀୟ ମାନଙ୍କର ସ୍ୱାଧିନତା ଆନ୍ଦୋଳନର କଥା କହେ ୤ ବିଶେଷ କରି ମହାପୁରୁଷ , ବ୍ୟାସକବି ଫକିର ମୋହନ ସେନାପତି ଙ୍କ ଲେଖା ଓଡିଆ ଜାତି ପ୍ରୀତି ହୃଦୟରେ ଆନ୍ଦୋଳନ ସୃଷ୍ଟି କରେ ୤ ଏବର ପିଲା ସବୁ ଇଂରାଜୀ ପଢୁଆ ୤ ଓଡିଆ କହିଲେ ତାଙ୍କୁ ଲାଗେ ଅଡୁଆ ୤ ଏହି ଦୃଷ୍ଟିରୁ ଆମ୍ଭ ୟୁମିୟନର ଶ୍ରମିକ , କର୍ମଚାରୀ ଫକିର ମୋହନ ସେନାପତି ଙ୍କ ଆଦର୍ଶ କୁ ପାଥେୟ କରି ବିଦ୍ୟୁତ କ୍ଷେତ୍ରରେ ଜଡିତ ଭାଇ ଓ ଭଉଣୀ ମାନଙ୍କୁ ଜାତୀୟତା ମୂଲ୍ୟବୋଧ , ଏକତା ମାଧ୍ୟମରେ ସଂଗ୍ରାମ କରିବାକୁ ଦିଗ୍‌ଦର୍ଶନ ଦେବ ୤ ଆମ ସଂଘ ବହୁ ଘାତ ପ୍ରତିଘାତ ମଧ୍ୟରେ ଗତିକରି ଶ୍ରମିକ/କର୍ମଚାରୀ ମାନଙ୍କର  ଅନେକ ନ୍ୟାର୍ଯ୍ୟଦାବି ହାସଲ କରିପାରିଛି ୤ ଏହା ଆମ ନେସ୍କୋର ସର୍ବ ବୃହତ ଶ୍ରମିକ ସଂଗଠନ ୤ ଆମ ସଂଘ ସତ୍ୟ , ନ୍ୟାୟ , ଏକତା , ଅହିଂସା ଓ ଜାତୀୟତା ମୂଲ୍ୟବୋଧକୁ ବିଶ୍ୱାସ କରେ ୤ କିନ୍ତୁ ୧୯୯୯ ମସିହାରେ ସରକାର ବିଦ୍ୟୁତ ବୋର୍ଡକୁ ଘୋରଇ କରଣ କଲେ ୤ କମ୍ପାନୀ ବୋର୍ଡକୁ ୪ ଗୋଟି ଯୋନରେ ବିଭକ୍ତ କଲେ ୤ ତାହାଦ୍ୱାରା କର୍ମଚାରୀ ମାନେ ୪ ଭାଗରେ ବିଭକ୍ତ ହେଲେ ୤ ତା ସଙ୍ଗେ ସଙ୍ଗେ କର୍ମଚାରୀ ମନଙ୍କର ନ୍ୟାର୍ଯ୍ୟ ଅଧିକାରକୁ ସଙ୍କୁଚିତ କଲେ ୤ବିଦ୍ୟୁତ୍  ଶ୍ରମିକ/କର୍ମଚାରୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ପ୍ରତିରୋଧ କରିବା ପାଇଁ ବହୁ କଷ୍ଟ ଓ ପରିଶ୍ରମ କରିବାକୁ ପଡୁଛି ୤  ସରକାରଙ୍କ ସଙ୍ଗେ ହୋଇଥିବା ଚୁକ୍ତିକୁ କମ୍ପାନୀ ଖିଲାପ କରିବା ସଙ୍ଗେ ସଙ୍ଗେ ଘୋରଇ କରଣ ହେବା  ଠାରୁ ଆଜି ପର୍ଯ୍ୟନ୍ତ ହଜାର ହଜାର ଗ୍ରାହକ ଓ ଇଣ୍ଡଷ୍ଟ୍ରି  ବଢୁଥିବା ବେଳେ କର୍ମଚାରୀ ସଂଖ୍ୟା କମି କମି ଚାଲିଛି ୤ ଏକଥା ବାରମ୍ବାର କମ୍ପାନୀ , ସରକାର , ଶ୍ରମ ବିଭାଗକୁ ଜଣାଇଲେ ମଧ୍ୟ କେହି ଶୁଣୁ ନାହାନ୍ତି ୤ ସେଥିପାଇଁ ସଂଘ ବାରମ୍ବାର , ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଥିଲେ ମଧ୍ୟ ସମସ୍ତେ ନିରବ ୤ ବର୍ତ୍ତମାନ କର୍ମଚାରୀ ମାନଙ୍କୁ ୧୨ ଘଣ୍ଟା ରୁ ୧୮ ଘଣ୍ଟା ଡିୟୁଟି କରିବାକୁ ପଡୁଛି ୤ ଯାହାକି ବଡ ଦୂଃଖ ଓ ପରିତାପର ବିଷୟ ୤ ଦୂଃଖ ବଢି ବଢି ଚାଲିଛି ୤ ଦୂଃଖ ଆମ ଜୀବନରେ ଏକ ଅଙ୍ଗ ହୋଇଯାଇଛି ୤ ଯାହାର ପ୍ରତିକାର କଥା କେହି ଚିନ୍ତା କରନ୍ତି ନାହିଁ ୤ କମ୍ପାନୀ କେବଳ ରେଭିନ୍ୟୁ ଉପରେ ଯୋର ଦେଉଛି ୤ କଞ୍ଜୁମର ଯେତେବେଳେ ଠିକ ଟଙ୍କା ଦେଉଛି ସେ ଠିକ ଲାଇନ ପାଇବା ଦରକାର ୤ ଏକଥା କମ୍ପାନୀ ବୁଝିବା ଉଚିତ ୤ ଗୋଟେ ଲାଇନ ଯେକୌଣସି କାରଣରୁ ଖରାପ ହେଉନା କାହିଁକି ତାକୁ ସଜାଡିବା ପାଇଁ ଯେଉଁସବୁ ସରଞ୍ଜାମ ଦରକାର , ତାହା ମାଗିଲେ ମିଳୁନାହିଁ ୤ ଉପୁରୁ ଆସୁନାହିଁ ଆମେ କେଉଁଠୁ ଦେବୁ ଇତ୍ୟାଦି ଇତ୍ୟାଦି ୤ ଲାଇନ ନପାଇଲେ ମାଡ , ଗାଳି , ଧକ୍କା ନାନା ପ୍ରକାର କଷ୍ଟ ସହିବାକୁ ପଡୁଛି ୤ ଅଫିସ କୁ କହିଲେ ଲିଖିତ ଦେଲେ ମଧ୍ୟ କୌଣସି ସୁରକ୍ଷା ମିଳୁ ନାହିଁ ୤ ବର୍ତ୍ତମାନ ମୁଁ ଆପଣଙ୍କୁ ଅନୁରୋଧ କରୁଛି , ପ୍ରତ୍ୟେକ କର୍ମଚାରୀ ଭାଇ ମାନେ ଆମ ମାନଙ୍କର ଆତ୍ମ ସମିକ୍ଷା କରିବା ନିହାତି ଦରକାର ୤ ଆମ୍ଭ ମାନଙ୍କର ଭବିଷ୍ୟତ କଣ ? ଆମେ ମାନେ କଣ କରିବା ଦରକାର , ମୁଁ ଆପଣ ମାନଙ୍କୁ ପ୍ରଥମରୁ କହିଛି ଆମ ୟୁନିୟନ ଜାତୀୟତା ଉପରେ ବିଶ୍ୱାସ କରେ ୤ ଯେଉଁ ଉଦ୍ଦେଶ୍ୟ ନେଇ ଓଡିଶା ସରକାର ଘରୋଇ କରଣ କରିଥିଲେ  , ତାହା ସମ୍ପୁର୍ଣ୍ଣ ବିଫଳ ହୋଇଛି ୤ କିନ୍ତୁ ତାହାର କୁଫଳ ଓଡିଶାର ଜନସାଧାରଣ ଏବଂ କର୍ମଚାରୀ ଭୋଗୁଛନ୍ତି ୤ ଆମ ସଂଘର ମୂଳ ନୀତି , ସଂସ୍ଥାର ଉନ୍ନତି ହେଲେ ଗ୍ରାହକ ଓ କର୍ମଚାରୀ ଙ୍କ ଉନ୍ନତି ୤  କିନ୍ତୁ କମ୍ପାନୀ କାହାରି ଉନ୍ନତି ନ ଦେଖି କେବଳ ତାହାରି ଉନ୍ନତି କରିବା ରେ ଲାଗିଛି ୤  ଓଇଆରସି / ରାଜ୍ୟସରକାର ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାଁନ୍ତି ୤ ବିଦ୍ୟୁତ ଗତି ମୁକ୍ତି ପ୍ରଗତିରେ ଏକ ମାତ୍ର ରାସ୍ତା ୤ ବିଦ୍ୟୁତ ବିନା ରାଜ୍ୟର ଉନ୍ନତି ଅସମ୍ଭବ ୤ ଏଣୁ ଆମ୍ଭମାନଙ୍କର ଏକତା ନିହାତି ଜରୁରୀ ୤ ଆମ ଶ୍ରମିକ , କର୍ମଚାରୀ , ଭାଇ ଭଉଣୀ ମାନଙ୍କର ଭବିଷ୍ୟତ ଉନ୍ନତି ଓ ଓଡିଶା ବାସୀଙ୍କର ଉନ୍ନତି ପାଇଁ ଏକତା ଦରକାର ୤ ଏହା ଜାତିର ଜନକ ମହାତ୍ମା ଗାନ୍ଧୀ ଶିଖାଇଛନ୍ତି ୤ ଆମ ଭାରତୀୟ ମାନେ ପ୍ରମାଣ କରିଛନ୍ତି ଏକତା ଠାରୁ ବଡଶକ୍ତି କିଛି ନାହିଁ ୤ ବିଦ୍ୟୁତ୍ ଗ୍ରାହକ ଓ ବିଦ୍ୟୁତ୍ ବିଭାଗର କାର୍ଯ୍ୟକରୁଥିବା ଶ୍ରମିକ/କର୍ମଚାରୀ ଭାଇ ମାନଙ୍କୁ ଅନୁରୋଧ ଏକ ହୁଅନ୍ତୁ , ଏକତା ରକ୍ଷା କରନ୍ତୁ ୤
 Sri Ramakanta Sahoo , Non Formal Worker , NESCO

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ