Tuesday, January 7, 2014

ନେସ୍କୋ ରେ ଫ୍ରାଞ୍ଚାଇଜ୍ ବ୍ୟବସ୍ଥାକୁ ବିରୋଧ

ଓଡିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ ଘରୋଇ କରଣ ( ରିଲାଏନ୍ସ  କମ୍ପାନୀ ) ହାତକୁ ଗଲାପରେ ବିଦ୍ୟୁତ୍  ଗ୍ରାହକ , ଶ୍ରମିକ/କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି  ୤ ସଂପୃକ୍ତ କମ୍ପାନୀ ନିଜର ଫାଇଦା ହାସଲ ପାଇଁ ଗ୍ରାହକ ଏବଂ ବିଦ୍ୟୁତ ବିଭାଗ ଶ୍ରମିକ/କର୍ମଚାରୀ ମାନଙ୍କ ସୁବିଧା ସୁଯୋଗ କୁ ଉପେକ୍ଷା କରି ଗ୍ରାହକ ତଥା କର୍ମଚାରୀ ମାରଣ ନୀତି ଆପଣେଇ ନେଇଛି ୤ କମ୍ପାନୀ ର ଏ ପ୍ରକାର ନୀତି କୁ ଘୋର ବିରୋଧ କରି ଶକ୍ତି କର୍ମଚାରୀ ସଂଘ ଗତ ୧୧/୧୨/୨୦୧୩ ରିଖ ଠାରୁ ଅଦ୍ୟାବଧି ବିଭିନ୍ନ ଦାବି ପୁରଣ ଉଦ୍ଦେଶ୍ୟରେ ନେସ୍କୋ ମୂଖ୍ୟ କାର୍ଯ୍ୟାଳୟ ବାଲେଶ୍ୱର ଠାରେ ଦିବା ରାତ୍ର ଧାରଣା ଚାଲୁ ରଖିଛି ୤ ରିଲାଏନ୍ସ କମ୍ପାନୀ ଗ୍ରାହକ ମାରଣ ନୀତି ଗ୍ରହଣ କରି ମାସିକ ବିଲ ସଠିକ ସମୟରେ ପୈଠ ନକଲେ ୧୫୦ ଟଙ୍କା ଜୋରିମାନା ଆଦାୟ , ପୂର୍ବ ସୂଚନା ନଥାଇ ବିଦ୍ୟୁତ କାଟ  , ତୃଟିପୂର୍ଣ୍ଣ ବିଦ୍ୟୁତ ବିଲ ପ୍ରଦାନ କରି ଗାହକଙ୍କୁ ହଇରାଣ କରିବା , ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଅହେତୁକ ବିଳମ୍ବ , ଠିକାଦାର ମାନଙ୍କ ଦ୍ୱାରା ନିମ୍ନ ମାନର ବିଦ୍ୟୁତ କାର୍ଯ୍ୟ କରାଇ ଠିକା ଶ୍ରମିକ ମାନଙ୍କୁ ମାସ ମାସ ଧରି ମଜୂରୀ ପାଉଣା ନଦେଇ ଠିକାଦାର ମାନେ ରାତା ରାତି ଅନ୍ତର୍ଦ୍ଧ୍ୟାନ ହେବା ବିଷୟ ଆଗରୁ ଅନେକ ନଜିର ରହିଛି ୤ ଆଗାମି ଦିନରେ ଏହାର କୁପରିଣାମ ଗ୍ରାହକ ତଥା ଶ୍ରମିକ/କର୍ମଚାରୀ ଆହୁରି ଅଧିକ ମାତ୍ରାରେ ଶୋଷଣର ଶିକାର ହେବେ , ତାହା ନିଃସନ୍ଦେହ ୤ କମ୍ପାନୀ ର ଏ ପ୍ରକାର କାର୍ଯ୍ୟକୁ ଶକ୍ତି କର୍ମଚାରୀ ସଂଘ ଦୃଢ ନିନ୍ଦା ଓ ପ୍ରତିବାଦ କରିବା ସହ ଠିକାଦାରୀ ପ୍ରଥା ସଂପୂର୍ଣ୍ଣ ବନ୍ଦ , ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆନଯାୟୀ ନୂତନ ଶ୍ରମିକ ମାନଙ୍କୁ ସ୍ଥାୟୀ କରିବାର ପ୍ରତିଶୃତି ଦେଇ ମୋଟା ଅଙ୍କର ଅର୍ଥ ଆଦାୟ ବ୍ୟବସ୍ଥା , ଗ୍ରାହକ ସେବାକୁ ଉପେକ୍ଷା , କମ୍ପାନୀ ନିଜ ସୁବିଧା ପାଇଁ ଗ୍ରାହକ ମାରଣ ନୀତିକୁ ଶକ୍ତି ସଂଘ ଘୋର ବିରୋଧ କରିଛି ୤ ଏ ପ୍ରକାର ନୀତିକୁ ବିଦ୍ୟୁତ୍  ଗ୍ରାହକ ଓ ଶ୍ରମିକ/କର୍ମଚାରୀ କେବେବି ବରଦାସ୍ତ କରିବେ  ନାହିଁ ବୋଲି ସଂଘର ବରିଷ୍ଟ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ୤ କମ୍ପାନୀର ଏ ପ୍ରକାର କାର୍ଯ୍ୟକୁ ବିରୋଧ କରି  ଗ୍ରାହକ ଓ ଶ୍ରମିକ/କର୍ମଚାରୀ ମାନେ ଏକତ୍ରିତ ହୋଇ ସମୂହ ବିରୋଧ କୁ ଶକ୍ତି ସଂଘ ଆହ୍ୱାନ କରିଛି ୤

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ