ଏମିତି
କୁହାଯାଏ ଯେ ସ୍ୱୟଂ ପରମେଶ୍ୱର ହେଉଛନ୍ତି ବିଶ୍ୱର ପ୍ରଥମ ଶ୍ରମିକ
ଯିଏ ନିଜର ଶ୍ରମ ଦ୍ୱାରା ସୃଷ୍ଟିର ରଚନା କରିଛନ୍ତି
ସେହି ଆଦି ଶ୍ରମିକ ଙ୍କ ଦ୍ୱାରା ସଂସାରରେ ସବୁ ପ୍ରକାର ଭୌତିକ ପ୍ରଗତିର ଦାୟିତ୍ୱ
ବିଶ୍ୱକର୍ମାଙ୍କୁ ଦିଆଯାଇଥିଲା
ବିଶ୍ୱକର୍ମାଙ୍କୁ ଶିଳ୍ପ ବିଜ୍ଞାନରେ ଆଚାର୍ଯ୍ୟ କୁହାଯାଏ
ସେ ଇନ୍ଦ୍ରଙ୍କ ପାଇଁ ଇନ୍ଦ୍ରଲୋକ,ଶ୍ରୀକୃଷ୍ଣଙ୍କ ପାଇଁ ଦ୍ୱାରିକା,ଯୁଧିଷ୍ଠିରଙ୍କ ପାଇଁ
ହସ୍ତିନାପୁର ତଥା ରାକ୍ଷାସ ମାନଙ୍କ ପାଇଁ ଲଙ୍କା, ଶାସ୍ତ୍ରାଗାର ମଧ୍ୟ ନିର୍ମାଣ କରିଥିଲେ
ବିଶ୍ୱକର୍ମାଙ୍କ ବିଷୟରେ ସ୍କନ୍ଧ ପୁରାଣ,ବାୟୁ ପୁରାଣ,ଭବିଶ୍ୟ ପୁରାଣ,ଅଗ୍ନି ପୁରାଣ,ଶିବ
ପୁରାଣ,ହରିବଂଶ ପୁରାଣ ଆଦି ଅନେକ ପ୍ରାଚିନ ଗ୍ରନ୍ଥରେ ତାଙ୍କର ଜନ୍ମ ଓ କାର୍ଯ୍ୟ ବିଷୟ ରେ
ଉଲ୍ଲେଖ ଅଛି
ପଦ୍ମ ପୁରାଣ ରେ ବିଶ୍ୱକର୍ମାଙ୍କ ସୁକ୍ତ ବିଷୟରେ କୁହା ଯାଇଛି
ଏହି ସୁକ୍ତ ଗୁଡିକରେ ଭଗବାନ ବିଶ୍ୱକର୍ମା ସମସ୍ତଙ୍କର ଦେବତା ମଧ୍ୟ ଅଟନ୍ତି
ବିଶ୍ୱକର୍ମାଙ୍କ ବିବାହ ପ୍ରହଲ୍ଲାଦ ଙ୍କ ଝିଅ ରଚନାଙ୍କ ସହିତ ହୋଇଥିଲା
ତାଙ୍କର ପ୍ରଥମ ପୂତ୍ରର ମୃତ୍ୟୁ ପରେ ବିଶ୍ୱକର୍ମା ପୂତ୍ର ପ୍ରାପ୍ତି ପାଇଁ କଠୋର ତପସ୍ୟା
(ବ୍ରତ) କଲେ
ଫଳ ସ୍ୱରୂପ ବୃତ୍ତଙ୍କ ଜନ୍ମ ହେଲା
ସେ ଜଣେ ଶ୍ରେଷ୍ଠ ଯୋଦ୍ଧା ଓ ସାହସୀ ଥିଲେ
ଦେବତା ମାନେ ତାଙ୍କୁ ଡରୁଥିଲେ
ତା”ର ଆତଙ୍କ ରେ ଭୟଭିତ ହୋଇ ଦେବତା ଗଣ ତା”ର ସଂହାର କଥା ଚିନ୍ତା କରିବାକୁ ଲାଗିଲେ
ଏହି ସମୟରେ ମହର୍ଷି ଦଧିଚି ଆଗେଇ ଆସିଲେ
କାରଣ ବୃତ୍ତାସୁର ର ମୃତ୍ୟୁ ପାଇଁ କୌଣସି ଜଣେ ମହର୍ଷିଙ୍କର ହାଡର ନିର୍ମିତ ବଜ୍ରର ଆବଶ୍ୟକତା
ଥିଲା ସେ ଆନନ୍ଦର ସହିତ ନିଜର ହାଡ
ବଜ୍ର ନିର୍ମାଣ ପାଇଁ ଦାନ କରିଦେଲେ
ସେହି ହାଡର ବଜ୍ର କେବଳ ବିଶ୍ୱକର୍ମା ହିଁ ଜାଣିଥିଲେ
ତାଙ୍କର ପୂତ୍ର ବୃତ୍ତାସୁର ର ଅତ୍ୟାଚାରରେ ସମଗ୍ର ସମାଜ ଭୟଭିତ ତଥା ଆତଙ୍କିତ ଥିଲେ
ବିଶ୍ୱକର୍ମା ଦ୍ୱନ୍ଦ ରେ ପଡିଗଲେ ଗୋଟିଏ ପକ୍ଷରେ ପୂତ୍ର ପ୍ରେମ ଏବଂ ଅନ୍ୟ ପକ୍ଷରେ ରାଷ୍ଟ୍ର ର
ମଙ୍ଗଳ ତଥା ସମାଜର ମଙ୍ଗଳ ଥିଲା
କିନ୍ତୁ ରାଷ୍ଟ୍ର ର ମଙ୍ଗଳ କୁ ସର୍ବପରି ମାନିନେଇ ସେ ଦଧିଚି ଙ୍କ ହାଡରେ ବଜ୍ର ନିର୍ମାଣ କରି ଇନ୍ଦ୍ରଙ୍କୁ
ସମର୍ପଣ କଲେ
ସେହି ବଜ୍ରରେ ବୃତ୍ତାସୁର ର ମୃତ୍ୟୁ ହେଲା
ରାଷ୍ଟ୍ର ର ମଙ୍ଗଳ ପାଇଁ ବିଶ୍ୱକର୍ମା ନିଜର ପୂତ୍ରର ବଳିଦାନ ପାଇଁ ପଛାଇଲେ ନାହିଁ
ବିଶ୍ୱକର୍ମା ଙ୍କ ଅନୂପମ ତ୍ୟାଗ ସଂମ୍ପୂର୍ଣ୍ଣ ଭାରତ ବାସୀ ଙ୍କୁ ଅନୂପ୍ରାଣିତ କରୁଥିବ
ସେହି ମହାନ ପୂରୁଷ ତଥା ଭାରତ ର ସ୍ଥାପିତ୍ୟ ବିଜ୍ଞାନି ବିଶ୍ୱକର୍ମା ଙ୍କ ସ୍ମୃତି ରେ ତାଙ୍କର
ଜନ୍ମ ଦିନ କନ୍ୟା ସଂକ୍ରାନ୍ତି ଯାହାକି ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖ ରେ ପଡେ ଏବଂ ଆମ୍ଭ
ସଂଗଠନ ଏହି ଦିନଟିକୁ ଶ୍ରମିକ ଦିବସ ରୂପେ ପାଳନ କରେ
ହଜାର
ହଜାର ବର୍ଷ ଧରି ଭାରତର ଶ୍ରମିକ ବିଶ୍ୱକର୍ମା ଜୟନ୍ତି ପାଳନ କରିଆସୁଥିବା ବେଳେ ଆଧୁନିକ ଯୁଗରେ
ମଧ୍ୟ ଦେଶରେ ସବୁ କଳକାରଖାନା ମାନଙ୍କରେ ଶ୍ରମିକ ମାନେ ବହୁ ଧୁମ ଧାମରେ ବିଶ୍ୱକର୍ମା ଜୟନ୍ତି
ପାଳନ କରିଆସୁଛନ୍ତି
ଭାରତ ରେ ଶ୍ରମର ପ୍ରାଧାନ୍ୟ ରହିଛି
ଭାରତୀୟ ସଂସ୍କୃତିରେ ଶ୍ରମର ପ୍ରାଧାନ୍ୟ ରହିଛି
ଭାରତୀୟ ସଂସ୍କୃତିରେ କର୍ମ ଅର୍ଥାତ
ଶ୍ରମକୁ ସର୍ବୋଚ୍ଚ ସ୍ଥାନ ଦିଆଜାଇଛି
ଅତଏବ ଶ୍ରମର ପ୍ରତିଷ୍ଠାର ପ୍ରତିକ ରୂପେ ଶ୍ରମିକ ଦିବସ ପାଳନ କରାଯାଉଛି
ଏହି ଦିବସକୁ ବିଶ୍ବକର୍ମା ଦିବସ କୁହାଯାଏ
ବିଶ୍ବର
ଅନେକ ଦେଶ ମଇ ୧ କୁ ଶ୍ରମିକ ଦିବସ ରୂପେ ପାଳନ କରନ୍ତି
ସେମାନଙ୍କ ମତରେ ମଇ ୧ ଦିବସ ଶ୍ରମିକ ଏକତାର ପ୍ରତିକ ଅଟେ
କିନ୍ତୁ ବାସ୍ତବରେ ଏହା ଶ୍ରମିକ ଏକତାର ଦିନ ନୁହେଁ , ଶ୍ରମିକ ଉତଥାନ ର ଦିନ ଅଟେ
କାରଣ ଏହି ଦିନ ଇଉରୋପର ଶ୍ରମିକ ବିଶ୍ବରେ ସାମ୍ୟବାଦର ପ୍ରତିଷ୍ଠା ପାଇଁ ସଂକଳ୍ପ ନେଇଥିଲେ
ଏହି ଦିନ ସାମ୍ୟବାଦୀ ଦେଶ , ପଛୁଆ ଦେଶ ଓ ତାଙ୍କର ସମର୍ଥକ ମାନେ ମଇ ଦିବସରେ ପୁଞ୍ଜିବାଦୀ ଦେଶ ଆମେରିକା ଓ ବ୍ରିଟିଶ ଗୋଷ୍ଠିକୁ ସମାପ୍ତ କରିବାରେ ସଂକଳ୍ପ କରନ୍ତି
ଭାରତ ରେ ମଧ୍ୟ କେତେକ ଶ୍ରମିକ ସଂଗଠନ ଏହି ଦିନକୁ ଶ୍ରମିକ ଦିବସ ରୂପେ ପାଳନ କରନ୍ତି
ମଇ ୧ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ଦ୍ବାରା ଗୋଟିଏ ଗୋଟିଏ କର୍ମ ସଂସ୍ଥାରେ ଅଲଗା
ଅଲଗା ସ୍ଥାନରେ ଅଲଗା ଅଲଗା ପତାକା ତଳେ ସଭା ମାନ କରନ୍ତି
ବଡ ଜୋର୍ ରେ ଦୂନିଆର ଶ୍ରମିକ
ଏକ ହୁଅ ବୋଲି କହନ୍ତି
ସେହି ଶ୍ରମିକ ସଂଗଠନ ଗୁଡିକୁ ପଚାରିବା ଉଚିତ ଯେ ଯେତେବେଳେ ଗୋଟିଏ କର୍ମସଂସ୍ଥାରେ ଶ୍ରମିକ ଏକ ହୋଇ ପାରୁନାହାନ୍ତି ସେତେବେଳେ ଏହି ମଇ ଦିବସକୁ
ଶ୍ରମିକ ଏକତାର ଦିବସ ମାନିବା କେତେ ଦୂର ଯଥାର୍ଥ ଏହା ବିଚ୍ଛିନ୍ନତା ନୁହେଁତ ?
୧୮୮୬
ମସିହାରେ ଆମେରିକାର ଚିକାଗୋ ସହରରେ ଶ୍ରମିକ
ମାନଙ୍କର ଶୋଭାଯାତ୍ରା ବାହାରି ଥିଲା
ଯେଉଁଥିରେ ପୁଲିସ ଗୁଳିରେ କିଛି ଶ୍ରମିକଙ୍କର
ମୃତ୍ୟୁ ହୋଇଥିଲା
ସେହି ଶ୍ରମିକଙ୍କ ସ୍ମୃତିରେ ମଇ ୧ କୁ ଶ୍ରମିକ
ଦିବସ ରୁପେ ପଳନ କରାଯାଏ
କିନ୍ତୁ ଆମେରିକାରେ ସେପ୍ଟେମ୍ବର ମାସ ପ୍ରଥମ
ସୋମବାରକୁ ଶ୍ରମିକ ଦିବସ ରୂପେ ପାଳନ କରିବାର ପ୍ରଥା ରହିଛି
ମଇ ୧ ଭାରତର ଶ୍ରମିକଙ୍କ ସହିତ କୌଣସି ସଂପର୍କ ନାହିଁ
ମାତ୍ର ମଇ ୧ କୁ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରୂପେ ପାଳନ କରାଯାଇ ପାରେ
ଭାରତରେ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ମଇ ୧
ନୁହେଁ ବରଂ ପୂରୁଣା କାଳରୁ ଚଳିଆସୁଥିବା ବିଶ୍ବକର୍ମା ଦିବସ ହିଁ ପ୍ରକୃତ ଶ୍ରମିକ ଦିବସ ଅଟେ
ଆମ୍ଭ
ଦେଶର ନେତା ମାନଙ୍କର ଆତ୍ମ ବିଶ୍ବାସ ଓ
ରାଷ୍ଟ୍ରୀୟ ସ୍ବାଭିମାନ ର ଅଭାବ ଯୋଗୁ କେତେକ ପାଶ୍ଚାତ୍ୟ ରୀତୀ ନୀତି କୁ ଆପଣେଇ ନିଆଯାଇଛି ଓ
ମଇ ଦିବସ ସେଥିରୁ ଗୋଟିଏ
ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୂକରଣ ପ୍ରବୃତ୍ତିକୁ
ଛାଡି ରାଷ୍ଟ୍ରିୟ ଭାବନାରେ ପରିପୂର୍ଣ୍ଣ , ତ୍ୟାଗ ଏବଂ ବଳିଦାନର ପ୍ରେରଣା ଦେଉଥିବା
ବିଶ୍ବକର୍ମା ଦିବସ କୁ ହିଁ ଭାରତର ଶ୍ରମିକ ରାଷ୍ଟ୍ରିୟ ଶ୍ରମିକ ଦିବସ ରୂପରେ ପୁନଃ ପ୍ରତିଷ୍ଠା
କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ
No comments:
Post a Comment