Monday, May 12, 2014

ନେସ୍କୋ କର୍ତ୍ତୃପକ୍ଷଙ୍କ ଅବହେଳା ବିରୋଧରେ ବୈଠକ

ବାଲେଶ୍ୱର,୧୦/୫(ସ.ପ୍ର) -ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ନେସ୍କୋ କର୍ତ୍ତୃପକ୍ଷ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ୍ ଗ୍ରାହକଙ୍କୁ ସେବା ଯୋଗାଇବାରେ ଲଗାତର ଅବହେଳା କରୁଥିବା ସଂପର୍କରେ ସିଭିଲ ସୋସାଇଟି ତରଫରୁ ଗଭିର ଉଦବେଗ ପ୍ରକାଶ ପାଇଛି ୤ ବରିଷ୍ଠ ନାଗରିକ ମଞ୍ଛର ସାଧାରଣ ସମ୍ପାଦକ ଲକ୍ଷ୍ମିଧର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟୁତ ଗ୍ରାହକଙ୍କୁ ସଂଗଠିତ କରି ଜନଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି ୤ ସୋସାଇଟିର ଆବାହକ ମୋନଜ ନାୟକ ତାଙ୍କ ବକ୍ତବ୍ୟରେ ଅଘୋସିତ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲ୍ ପ୍ରଦାନରେ ଏକ ମାସ ବିଳମ୍ବ ହେଲେ ୧୫୦ଟଙ୍କା ଜରିମାନା , ଲୋ-ଭଲଟେଜ ଦାରିଦ୍ର ସିମାରେଖା ତଳେ ଥିବା ପରିବାରଙ୍କୁ ବିଦ୍ୟୁତ୍ ଯୋଗାଣ ପ୍ରଭୃତି କାର୍ଯ୍ୟରେ ନେସ୍କୋ କର୍ତ୍ତୃପକ୍ଷଙ୍କ ଚରମ ଅଭହେଳା ଯୋଗୁ ଗ୍ରାହକ ମାନେ ହତ ସନ୍ତ ହେଉଛନ୍ତି ୤ ବିଦ୍ୟୁତ୍ ଶକ୍ତି ପରିବହନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ସମସ୍ୟାକୁ ଅଧିକ ଜଟିଳ କରିଛି ୤ ବିଦ୍ୟୁତ୍ ସେବା ଯୋଗାଇବାରେ ଶ୍ରମିକଙ୍କ ଅଭାବ ଓ ସ୍ଥାୟୀ କାମରେ ଠିକା ଶ୍ରମିକ ନିଜୁକ୍ତି ବ୍ୟବସ୍ଥା ଯୋଗୁ ଗ୍ରାହକ ମାନେ ଉପଯୁକ୍ତ ସେବା ପାଇପାରୁନାହାନ୍ତି ୤ ଏ ସମସ୍ତ ଅଭିଯୋଗ ସମ୍ପର୍କରେ ତୁରନ୍ତ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ୤ ବିଦ୍ୟୁତ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଏକ ପ୍ରଚାର ପତ୍ର ଛପାଯାଇ ବଣ୍ଟାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି ୤ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗୌରାଙ୍ଗ ପାଣିଗ୍ରାହି , କାଳିଚରଣ ମୂର୍ମୂ , ପିତାମ୍ବର ପତ୍ରୀ , ସନ୍ଧ୍ୟା ଦାସ ମଜୁମଦାର , କାଳିଚରଣ ବିନ୍ଧାଣି , ରାଧାକୃଷ୍ଣ ମହାଳିକ , ଡମ୍ବୁରଧର ମହାଳିକ , ଆସୁତୋଶ ପରିଡା , ଅରୁଣ କୁମାର ଜେନା , ହିମାଂଶୁ ଦାସ , ଶରତ ସାମଲ , ଗୋଲକ ଦାସ , ରଘୁନାଥ ସ , ଏମ୍ . କେ . ଡି. ମଜୁମଦାର , ହୃଦୟଚୈତନ୍ୟ ଦାସ , ଉମାଶଙ୍କର ପ୍ରଧାନ , ଅଜୟ ପାତ୍ର , ରଘୁନାଥ ମହାଳିକ , ଜିତେନ୍ଦ୍ର ପାଣି , ସୁଭକାନ୍ତ ରାଉତ , ମହମଦ ଇସଲାମ , ଚନ୍ଦ୍ରକାନ୍ତ ଜେନା ଓ ଜିତେନ୍ଦ୍ର ଉପାଧ୍ୟାୟ ପ୍ରମୂଖ ଅଂଶଗ୍ରହଣ କରିଥିଲେ ୤ ହରିହର ଦଳେଇ ଧନ୍ୟବାଦ ଅର୍ପଣ ଦେଇଥିଲେ ୤

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ